ପିକନିକ୍ ବସ୍ ଦୁର୍ଘଟଣାଗ୍ରସ୍ତ : ଖୁଂଟୁଣୀ ବଜାରରେ ହାଇୱାକୁ ଧକ୍କାଦେଲା ବସ୍

36

ଆଠଗଡ : ପିକନିକ୍ ବସ୍ ଦୁର୍ଘଟଣାଗ୍ରସ୍ତ । ହାଇୱାକୁ ଧକାଦେଲା ପିକନିକ୍ ବସ୍ । ୩୦ରୁ ଉର୍ଦ୍ଧ ଆହତ । ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ମାନଙ୍କୁ ଆଠଗଡ ଡାକ୍ତରଖାନାରେ ଭର୍ତି କରାଯାଇଛି । ଖୁଂଟୁଣୀ ବଜାର ନିକଟରେ ଘଟିଛି ଏହି ଦୁର୍ଘଟଣା ।

ମହିଳା ଓ ଶିଶୁଙ୍କ ସମେତ ୬୦ଜଣ ସମ୍ବଲପୁରରୁ ପିକନିକ୍ ବୁଲି ଫେରୁଥିବାବେଳେ ଭୋର ସମୟରେ ହାଇୱାକୁ ଧକା ଦେଇଛି ବସ୍ । ବସରେ ଥିବା ସମସ୍ତ ଯାତ୍ରୀ ଖୋର୍ଦ୍ଧା ବାଲିଅନ୍ତା ଗୋତଳବିନ୍ଧା ଗାଁର ବୋଲି ଜଣାପଡିଛି । ଆହତଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ସହାୟତାରେ ଆଠଗଡ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –