ଟଚ୍ ସ୍କ୍ରିନ ମିଟର ସହ ଲଞ୍ଚ ହେବାକୁ ଯାଉଛି ଆଣ୍ଡ୍ରଏଡ ଇଲେକ୍ଟ୍ରିକ ସ୍କୁଟର ! ଜାଣନ୍ତୁ କ’ଣ ରହିଛି ଫିଚର୍ସ ।

96

ଭାରତରେ ବିଦ୍ୟୁତ ଚାଳିତ କାରକୁ ଗୁରୁତ୍ୱ ଦିଆଯିବା ସହିତ ଏବେ ବିଦ୍ୟୁତ ଚାଳିତ ବାଇକ ଉପରେ ମଧ୍ୟ ଜୋରଦାର ପ୍ରାଧାନ୍ୟ ଦିଆଯାଉଛି । ଏବେ ପେଟ୍ରୋଲ ଚାଳିତ ବାଇକ ଭଳି ସ୍ପିଡ ଏବଂ ସେହିଭଳି ଜୋରଦାର ଲୁକ ନେଇ ଆମ ଗହଣରେ ଆସିବାକୁ ଯାଉଛି ବିଦ୍ୟୁତ ଚାଳିତ ବାଇକ । ତେବେ ବିଦ୍ୟୁତ ଚାଳିତ ବାହାନ ତିଆରି କରୁଥିବା କମ୍ପାନୀ ଏବେ ଦୁନିଆରେ କିପରି ବିଦ୍ୟୁତ ଚାଳିତ ବାଇକ ଲୋକ ମାନଙ୍କ ମଧ୍ୟକୁ ଆସିପାରିବ ସେନେଇ ଖୁବ ଜୋରସୋରରେ ଚେଷ୍ଟା ଚଳାଇଛନ୍ତି । ଏକ ଭାରତୀୟ ଷ୍ଟାର୍ଟଅପ ଭାରତରେ ଏକ ନୂତନ ସ୍କୁଟର ଲଞ୍ଚ କରିବାକୁ ଯାଉଛି । ଏହି ସ୍କୁଟରରେ ସବୁଠୁ ବଡ କଥା ହେଉଛି ଏଥିରେ ଲାଗିଥିବା ମିଟର କୌଣସି ସାଧାରଣ ମିଟର ନୁହେଁ । ଏଥିରେ ସ୍କ୍ରିନ ଟଚ୍ ଯୁକ୍ତ ମିଟର ଲାଗି ରହିଛି । ଅର୍ଥାତ ମୋଟାମୋଟି ଭାବରେ କହିବାକୁ ଗଲେ ଏଥିରେ ଲାଗିଥିବା ମିଟର ସମ୍ପୂର୍ଣ୍ଣ ଭାବରେ ଡିଜିଟାଲ ଯୁକ୍ତ । କେବଳ ସେତିକି ନୁହେଁ ଆପଣ ଏଥିରେ ଆଉ ଏକ ବଡ ସୁବିଧା ମଧ୍ୟ ପାଇପାରିବେ । ଏହି ମିଟରରେ ମ୍ୟାପ ମଧ୍ୟ ଲଗା ଯାଇଛି । ଯାହା ଆପଣଙ୍କୁ ଦିଗ ସୂଚକ ଭାବରେ ସାହାଯ୍ୟ କରିବ । ଏହା ଦ୍ୱାରା ଆପଣ ଆପଣଙ୍କ ଗନ୍ତବ୍ୟ ସ୍ଥଳ ଆଡକୁ ସଠିକ ଦିଗ ଜାଣିପାରିବେ ।

 

ସୂଚନା ଅନୁଯାୟୀ, ଭାରତରେ କାମ କରୁଥିବା ଏହି ସ୍ଟାର୍ଟଅଫଟି ହେଉଛି ବାଙ୍ଗାଲୋରର ସ୍ଟାର୍ଟଅଫ । ଏହାର ନାମ ହେଉଛି ଅଥର ଏନର୍ଜି । ଏହି ସ୍ଟାର୍ଟଅଫ Ather S୩୪୦ ନାମକ ଏକ ସ୍କୁଟର ଲଞ୍ଚ କରିବାକୁ ଯାଉଛି । ଏହି ସ୍କୁଟରରେ ଆଣ୍ଡ୍ରଏଡ ଯୁକ୍ତ ଟଚ୍ ସ୍କ୍ରିନ ମିଟର ଦେଖିବାକୁ ମିଳିବ । ଏହା ସହିତ ୱାଟର ପ୍ରୁଭ ଚାର୍ଜର, ପାର୍କିଙ୍ଗ ଆସିସ୍ଟ୍ , ଏଲଇଡି ଲାଇଟ ଏବଂ ମଲ୍ଟିପୁଲ ରାଇଡିଂ ମୋଡ୍ସର ମଧ୍ୟ ସୁବିଧା ରହିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ, Ather S୩୪୦ ସ୍କୁଟରର ବୁକିଂ ଜୁନ ମାସରୁ ଆରମ୍ଭ ହେବ । ଏହି ସ୍କୁଟରର ମୂଲ୍ୟ ପାଖା ପାଖି ୭୫ ହଜାର ଟଙ୍କା ରହିବ ।

 

ଚଳାଚଳ ବ୍ୟବସ୍ଥା :

ଏହି ସ୍କୁଟରକୁ ପାୱାର ଦେବା ପାଇଁ ଲିଥିୟମ-ଆଇରନ ବ୍ୟାଟେରିର ବ୍ୟବସ୍ଥା କରାଯାଇଛି । ଏହି ବ୍ୟାଟେରି ଗୋଟିଏ ଥର ଫୁଲ ଚାର୍ଜ ହେଲେ ପାୟ ୬୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । ଏହା ଫୁଲ ଚାର୍ଜ ହେବା ପାଇଁ ମାତ୍ର ଦୁଇ ଘଣ୍ଟା ସମୟ ନେବ । ଏହାର ସ୍ପିଡ ୭୨ କିଲୋମିଟର ପ୍ରତି ଘଣ୍ଟା ହିସାବରେ ରହିବ ।