ଅନୁଗୁଳ ମାଣତ୍ରୀ ପୋଲରୁ ବସ୍ ଖସି ୧୯ ଜଣଙ୍କ ମୃତ୍ୟୁ ଘଟଣା : ଆଠମଲ୍ଲିକ କଲେଜ ଛାତ୍ର ସଂସଦ ପକ୍ଷରୁ ବନ୍ଦ ପାଳନ

22

vlcsnap-2016-09-10-09h13m56s260ଅନୁଗୁଳ : ଅନୁଗୁଳ ମାଣତ୍ରୀ ପୋଲରୁ ବସ୍ ଖସି ୧୯ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଆଠମଲ୍ଲିକ ବନ୍ଦ । ଆଠମଲ୍ଲିକ କଲେଜର ଛାତ୍ର ସଂସଦ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଏହାକୁ ସ୍ଥାନୀୟ ବାସିନ୍ଦା ସମର୍ଥନ କରିଛନ୍ତି ।

ଘଟଣାର ସଠିକ୍ ତଦନ୍ତ ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ, ଆଠମଲ୍ଲିକ-ବୌଦ୍ଧ ରୁଟରେ ନୂଆ ଗାଡି ଚଳାଚଳ, ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନାକୁ କିଭଳି ନିୟନ୍ତ୍ରଣ କରାଯିବ ସେ ବାବଦରେ ପଦକ୍ଷେପ ନେବାକୁ ଦାବି ହୋଇଛି ।

ଏହି ବନ୍ଦ ଯୋଗୁଁ ଶିକ୍ଷାନୁଷ୍ଠାନ, ଦୋକାନ ବଜାରରେ ତାଲା ପଡିଥିବା ବେଳେ ଗାଡି ଚଳାଚଳ ବନ୍ଦ ରହିଛି । ଅନୁଗୁଳ ବସ୍ ଦୁର୍ଘଟଣାରେ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଦେଖନ୍ତୁ ଏହି ଭିଡିଓ –