ଆଠମଲ୍ଲିକ ବସ୍ ଦୁର୍ଘଟଣାରେ ରିପୋର୍ଟ ଦେଲେ ଅନୁଗୁଳ ଆରଟିଓ : ସୂଚନା ଦେଇଛନ୍ତି ଟ୍ରାନ୍ସପୋର୍ଟ କମିସନର

22

ଅନୁଗୁଳ : ଆଠମଲ୍ଲିକରେ ଦୁର୍ଘଟଣାଗ୍ରସ୍ତ ବସ ସଂପର୍କରେ ରିପୋର୍ଟ ଦେଲେ ଅନୁଗୁଳ ଆରଟିଓ । ଏନେଇ ସୂଚନା ଦେଇଛନ୍ତି ଟ୍ରାନ୍ସପୋର୍ଟ କମିସନର ଚନ୍ଦ୍ରଶେଖର କୁମାର । ଓଭରସ୍ପିଡ,ଓଭରଲୋଡିଂ ଓ ଡ୍ରାଇଭର ମୋବାଇଲରେ କଥା ହେଉଥିବାରୁ ଦୁର୍ଘଟଣା ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ବସର ଫିଟନେସ ଓ ଲାଇସେନ୍ସ ଅଛି । ବସଟି ୨୦୦୦ ମସିହାର ବୋଲି ଆରଟିଓ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

ଦୁର୍ଘଟଣା ପରଠାରୁ ଡ୍ରାଇଭର ଫେରାର ଥିବାରୁ ତାର ଲାଇସେନ୍ସ ଥିଲା କି ନାହିଁ ତାହା ଜଣାପଡିନାହିଁ । ତେବେ, ଦୁର୍ଘଟଣା ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ।୧୦ ମାସରେ ଏକ ଲକ୍ଷରୁ ଅଧିକ ନିୟମ ଉଂଲଘନ କରିଛନ୍ତି ଡ୍ରାଇଭର । ୨୫ ହଜାରରୁ ଅଧିକ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି ବୋଲି ପରିବହନ କମିସନର ସୂଚନା ଦେଇଛନ୍ତି । ଆସନ୍ତା ସୋମବାର ବସ,ଟ୍ରକ ଓ ଭାରିଯାନ ମାଲିକଙ୍କ ବୈଠକ ବସିବ ।ଟ୍ରାନ୍ସପୋର୍ଟ କମିସନର ଚନ୍ଦ୍ରଶେଖର କୁମାର ଘଟଣା ସଂପର୍କରେ କଣ କହିଛନ୍ତି ଦେଖନ୍ତୁ ଏହି ଭିଡିଓରେ :