ଅନୁଗୁଳ : ଅନୁଗୁଳରେ ୧୨ ଘଂଟିଆ ବସ ଚଳାଚଳ ବନ୍ଦ । ଆଠମଲ୍ଲିକ ମାଣିତ୍ରୀ ପୋଲ ଉପରେ ବସ ଦୁର୍ଘଟଣା ମାମଲାରେ ବସ ମାଲିକକୁ ଗିରଫ ପ୍ରତିବାଦରେ ଏହି ବନ୍ଦ ଡାକରା ଦେଇଛି ଅନୁଗୁଳ ଘରୋଇ ବସ ମାଲିକ ସଂଘ । ବସର ସମସ୍ତ କାଗଜ ପତ୍ର ଠିକ ଥିବାବେଳେ ବସ ମାଲିକଙ୍କୁ କାହିଁକି ଗିରଫ କରାଯାଇଛି ବୋଲି ସଂଘ ପ୍ରଶ୍ନ କରିଛି ।

ମହାରାଜା ବସ ମାଲିକଙ୍କୁ ତୁରନ୍ତ ଖଲାସ କରାନଗଲେ ରାଜ୍ୟସ୍ତରରେ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ବସ ଚଳାଚଳ ବନ୍ଦ ଯୋଗୁ ଅନୁଗୁଳ, ଆଠମଲ୍ଲିକ ଅଂଚଳରେ ଗମନାଗମନ ଏକ ପ୍ରକାର ଠପ୍ ହୋଇଯାଇଛି । ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକ ।