ଆଠମଲ୍ଲିକରେ ୫୦ ଫୁଟ ତଳକୁ ଖସିଲା ବସ୍ : ୨୧ ମୃତ ଓ ୩୦ରୁ ଅଧିକ ଆହତ

48

ଅନୁଗୁଳ : ଆଠମଲ୍ଲିକରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା । ମାଣତ୍ରୀ ପୋଲରୁ ୫୦ ଫୁଟ ତଳକୁ ବସ୍ ଖସି ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ମହରାଜା ନାମକ ଏକ ଘରୋଇ ବସ ବୌଦ୍ଧରୁ ଆଠମଲ୍ଲକ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣାଟି ଘଟିଛି।

ମୃତକଙ୍କ ମଧ୍ୟରେ ୪ ଜଣ ଛାତ୍ର ଛାତ୍ରୀ ଥିବା ସୂଚନା ମିଳିଛି । ଏହା ସହ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି । ଅନ୍ୟପଟେ ଦୁର୍ଘଟଣା ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଉଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦେଶ ଦେଇଛନ୍ତି ।