ଆଠମଲ୍ଲିକ ବସ୍ ଦୁର୍ଘଟଣା : କେବଳ ଜଣେ ମହିଳା ଆହତଙ୍କୁ ଏୟାର ଆମ୍ବୁଲାନ୍ସରେ ଅଣାଗଲା

20

ଅନୁଗୁଳ : ଆଠମଲ୍ଲିକ ସଡ଼କ ଦୁର୍ଘଟଣାରେ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ଏୟାର ଆମ୍ବୁଲାନ୍ସରେ ଆଣିବା ସମ୍ଭବପର ହୋଇନି । ମାତ୍ର ଜଣେ ମହିଳା ଆହତଙ୍କୁ ଅନୁଗୁଳ ଷ୍ଟାଡିମୟରୁ ଧରି ଏୟାର ଆମ୍ବୁଲାନ୍ସରେ କଟକ ଅଭିମୁଖେ ବାହାରିଛି। କଟକ ସତ୍ୟବ୍ରତ ଷ୍ଟାଡିୟମରେ ଏୟାର ଆମ୍ବୁଲାନ୍ସ ପହଚିଂବ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର । ଅନ୍ୟ ଆହତଙ୍କୁ ସଡ଼କ ପଥରେ ଆମ୍ବୁଲାନ୍ସ ଯୋଗେ କଟକ ଏସସିବି ମେଡିକାଲ ଅଣାଯାଉଛି। ସେପଟେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୮ରେ ପହଂଚିଥିବା ଜଣାଇଛନ୍ତି ଜିଲ୍ଲାପାଳ ।

ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୧୨ଜଣଙ୍କ ପରିଚୟ ମିଳିଛି । ସେମାନେ ହେଉଛନ୍ତି ମାଧବଗୁର ଗାଁର ରତନ କୁମାର ,ନରଣପୁରର ଶତ୍ରୁଘ୍ନ ମହାକୁଢ଼, ଡୁଡୁମର କାଳନ୍ଦି ମହାନନ୍ଦିଆ,ହିଂସାହୀର ଦେବାଶୀଷ କୁଣ୍ଡାନାଳୀ, ଅଇଡାର ଆରତୀ ଭୁଟ୍ଟା,ପଦ୍ମପୋଖରୀର ବାଗୁଲିଙ୍ଗ ଗାଇଡିଆ, ବଙ୍ଗୁଆଳର ଉଷା ମହାକୁଡ୍, ମନରବେଢ଼ାର ପାର୍ବତୀ ପ୍ରଧାନ, ହିଂସାହୀର ଜଗମୋହନ ଛତ୍ର, ଫୁଲବାଣୀର ଜସମୀ ମହାକୁଡ, ମାଧର ସମରେଶ ଷଢ଼ଙ୍ଗୀ, ହିଂସାହୀର ନାଗଛତ୍ର ।