ଅନ୍ୟମନସ୍କ ଡ୍ରାଇଭର ପାଇଁ ପୋଲ ତଳକୁ ଖସିଲା ବସ : ମୋବାଇଲରେ ଗପିବା ହେଲା କାଳ

28

vlcsnap-2016-09-09-20h14m46s805କନକ ବ୍ୟୁରୋ : ଅନୁଗୁଳ ଆଠମଲ୍ଲିକ ନିକଟ ମାଣିତ୍ରୀ ପୋଲ। ସମୟ ଠିକ୍ ସାଢ଼େ ୯ଟା, ଏହି ପୋଲ ଅତିକ୍ରମ କରୁଥିଲା ମହରାଜା ନାମକ ଘରୋଇ ବସ୍ । ଅପରପାର୍ଶ୍ୱରୁ ଆସୁଥିଲେ ଜଣେ ସାଇକେଲ ଆରୋହୀ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଠିକ୍ ଏହି ସମୟରେ ମୋବାଇଲରେ କଥା ହେଉଥିଲେ ବସ୍ ଡ୍ରାଇଭର । ହଠାତ୍ ଆଖି ସାମ୍ନାରେ ସାଇକେଲ ଆରୋହୀଙ୍କୁ ଦେଖିବା କ୍ଷଣି ଗାଡ଼ିଟିକୁ ବୁଲାଇ ଦେଇଥିଲେ । ୫୦ ଫୁଟ୍ ତଳକୁ ଘସି ପଡ଼ିଲା ବସ୍ । ଆଉ ତା’ପରେ ଯାହା ଘଟିଲା ଆପଣଙ୍କ ସାମ୍ନାରେ । ବସରେ ଯାତ୍ରା କରୁଥିବା ୪୫ରୁ ଅଧିକ ଯାତ୍ରୀ ବିଛାଡି ହୋଇ ପଡ଼ିଲେ । ଘଟଣାସ୍ଥଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇଥିଲେ ।

vlcsnap-2016-09-09-20h15m37s351ବୌଦ୍ଧରୁ ଆଠମଲ୍ଲିକ ଅଭିମୁଖେ ଯାତ୍ରା କରୁଥିଲା ମହାରାଜା ବସ୍ । ଗନ୍ତବ୍ୟସ୍ଥଳକୁ ପହଂଚିବା ପାଇଁ ବାକିଥିଲା ମାତ୍ର ଆଉ ୭ କିଲୋମିଟର । ମାଣିପୁର ନିକଟରେ ଥିବା ମାଣିତ୍ରୀ ପୋଲରେ ଘଟିଲା ଅଘଟଣ । ସାଇକେଲ ଆରୋହୀକୁ ବଂଚାଇବାକୁ ଯାଇ ବସର ଭାରସାମ୍ୟ ହରାଇ ବସିଲେ ଡ୍ରାଇଭର । ଆଉ ନିର୍ମାଣଧିନ ଥିବା ପୋଲର ବାଡ଼ ଉପରେ ଜୋରରେ ମାଡ଼ ହେଲା ବସ୍ । ବସର ବେଗ ଏତିକି ଥିଲା, ଯେ ବାଡ଼ ଗୁଡ଼ିକ ବସକୁ ଅଟକାଇ ରଖିବାରେ ସମର୍ଥ ହୋଇନଥିଲା । ପୋଲର ବାଡ଼ ଭାଙ୍ଗି ସିଧା ୫୦ ଫୁଟ୍ ତଳକୁ ଖସିପଡ଼ିଲା ବସ୍ ।

ଦୀର୍ଘ ୧୭ ବର୍ଷର ପୁରୁଣା ବସ୍ । ଗାଡ଼ିର ଫିଟନେସ୍ ବି ନଥିଲା । ଅଭିଯୋଗ ହେଉଛି କି ଗାଡ଼ିରେ ଡିଜେଲ ବଦଳରେ କିରୋସିନରେ ଗଡୁଥିଲା ଏହି ବସ୍ । ଗୋଟିଏ ପଟେ ଗାଡ଼ି ଫିଟ୍ ନଥିବା ବେଳେ ଅନ୍ୟପଟେ ଡ୍ରାଇଭରଙ୍କ ଖାମଖିଆଲି ଡ୍ରାଇଭର ଯୋଗୁଁ ଏତେ ସଂଖ୍ୟାରେ ଚାଲିଗଲା ଜୀବନ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –