ମାମୁଁ ଘରେ କାନ୍ଦବୋବାଳି : ନାତି ମୁହଁରୁ ଜେଜେ ଶୁଣିଲେ ମୃତ୍ୟୁର କାହାଣୀ

56

କନକ ବ୍ୟୁରୋ : ଡ୍ରାଇଭରଙ୍କ ଛୋଟିଆ ଭୁଲ୍ ୧୯ ଜଣଙ୍କ ଜୀବନ ନେଇଛି, ହେଲେ ପ୍ରତି ଜୀବନ ପଛରେ ଲୁଚି ରହିଛି ଗୋଟିଏ ଗୋଟିଏ କାହାଣୀ । ମୃତକଙ୍କ ଗାଁ ବୁଲିବା ବେଳେ କନକ ନ୍ୟୁଜ୍ ଅଟକି ଯାଇଥିଲା ଦୁଇଟି କାହାଣୀ ପାଖରେ । ଯେଉଁ କାହାଣୀକୁ ଶୁଣିଲେ ଆପଣ ବି ନିଜ କୋହକୁ ସମ୍ଭାଳି ପାରିବେନି। ଗୋଟିଏ ପରିବାରର ସମ୍ଭାବନା ମରି ଯାଇଛି ତ ପୁଣି ଗୋଟିଏ ପରିବାରର ସାହାଭରସା ହଜି ଯାଇଛି।

vlcsnap-2016-09-10-19h56m33s603କଲେଜର ସାନ୍ , ଆଉ ମାମୁଁ ଘର ଜାନ୍ । ମାଧପୁରର ଦେବାଶିଷ ନାୟକଙ୍କୁ ମେଧାବୀଙ୍କୁ ସାରା ଆଠମଲ୍ଲିକ୍ କଲେଜ ଚିହ୍ନୁଥିଲା । ଗରିବୀ ତାଙ୍କୁ ବାଧ୍ୟ କରିଥିଲା ମାମୁଁଘର ମାଧପୁରରେ ରହିବାକୁ । ତେଣୁ ମନରେ ଥିଲା ଗୋଟିଏ ଲକ୍ଷ ଭଲ ପଢିବେ, ଆଉ ଦିନେ ପୁରା ପରିବାରକୁ ଆର୍ଥିକ ଗୋଲାମଗିରୀରୁ ମୁକୁଳାଇବେ । ତେଣୁ ଖରାକୁ ଖାତିର୍ ନଥିଲା କି ବର୍ଷାକୁ ଡର ନଥିଲା । ପ୍ରତିଦିନ କଲେଜ୍ ପଢା ପାଇଁ ମାଧପୁରରୁ ଆଠମଲ୍ଲିକ୍ ଯାଆସ କରୁଥିଲେ ଦେବାଶିଷ । ହେଲେ ଶୁକ୍ରବାରଦିନ ଦେବାଶିଷଙ୍କ ସ୍ୱପ୍ନ ଅଟକି ଯାଇଥିଲା ସବୁଦିନ ପାଇଁ ।

vlcsnap-2016-09-10-20h04m32s207ସେହିପରି ଆଉ ଜଣେ ହେଉଛନ୍ତି ବୌଦ୍ଧ ଜିଲ୍ଲା ବୁଟୁପାଲି ଗାଁର ସଦାଶିବ । ବୁଢାବାପା ସଦାଶିବଙ୍କ ପାଖରେ କାନ୍ଦିବାକୁ ଶକ୍ତି ନାହିଁ । ହେଲେ ନାତିନାତୁଣୀଙ୍କ ଲୁହ ପୋଛିବାକୁ ବାଧ୍ୟ । କାରଣ ଦୁର୍ଘଟଣା ତାଙ୍କ ଠାରୁ ଛଡାଇ ନେଇଛି ପୁଅ ବୋହୂଙ୍କୁ । ଏହାସହ ଚାରି ଚାରିଟା ନାତି ନାତୁଣୀଙ୍କୁ ଅନାଥ କରି ଦେଇଛି । ଏକ ଶ୍ରାଦେ୍ଧାତ୍ସବରେ ଯୋଗ ଦେବାକୁ ପୁଅ ବୋହୂ ଓ ୧୨ ବର୍ଷର ନାତିକୁ ସାଥୀରେ ନେଇ ବାହାରିଥିଲେ। ହେଲେ ଅଧାବାଟରେ ଅନାଥ ସାଜି ଫେରି ଆସିଥିଲା ସଦାଶିବଙ୍କ ଏହି ସାନ ନାତି ।

ମୃତ୍ୟୁ ଆସେ ଏମିତି । କେବଳ ଜୀବନକୁ ଛଡାଇ ନିଏନି, ବରଂ ଜୀବନ ଚାରିପାଖରେ ଥିବା ଅନ୍ୟ ଜୀବନକୁ ବଂଚି ଥାଉ ଥାଉ ମାରି ଦିଏ । ଧୋବ ଫରଫର ଧୋତି ଭିତରେ ସବୁଦିନ ପାଇଁ ଶୋଥ ପଡିଥିବା ପ୍ରତିଟି ଶବ ପଛରେ ଏମିତି କାହାଣୀ ଅନେକ । ଯାହା ଏବେ ସ୍ମୃତି ପାଲଟିଛି।