ଶେଷରେ ଯନ୍ତ୍ରଣାରୁ ମୁକ୍ତି ପାଇଲା ଦନ୍ତା ! ଆହତ ହାତୀ ଗୋଡରୁ କଢ଼ାଗଲା ଟାୟାର୍

35

କନକ ବ୍ୟୁରୋ : ଶେଷରେ ଆହତ ହାତୀ ଗୋଡରୁ ବାହାରିଲା ଟାୟାର । ଟ୍ରାଙ୍କୁଲାଇଜ୍ କରି ହାତୀ ଗୋଡରୁ ଟାୟାର ବାହାର କରିଛି ବନ ବିଭାଗ । ବେଶ୍ କିଛି ଦିନ ହେଲା ଟାୟାରଟି ହାତୀ ଗୋଡରେ ଫଶି ରହିଥିଲା । ଟାୟାରଟି ଫସି ରହିଥିବାରୁ ହାତୀର ଗୋଡରେ ସଂକ୍ରମଣ ହୋଇଥିଲା । ତେବେ ଅଧିକ ଉଗ୍ର ହେଉଥିବାରୁ ହାତୀଟିକୁ ଟ୍ରାଙ୍କୁଲାଇଜ୍ କରାଯାଇପାରିନଥିଲା । ତେବେ ଆଜି ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରିବାରେ ସକ୍ଷମ ହୋଇଛି ବନବିଭାଗ । ୪୦ ରୁ ଅଧିକ କର୍ମଚାରୀ ଅପରେସନ୍ ଗଜରାଜରେ ସାମିଲ ହୋଇଥିଲେ ।