ଆଠଗଡ : ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଗାଡିକୁ ଚପଲମାଡ

35

କନକ ବ୍ୟୁରୋ : ଆଠଗଡରେ ଥମୁନି ରାଜନୈତିକ ହିଂସା । ନିଜ ନିର୍ବାଚନମଣ୍ଡଳୀରେ ବିଧାୟକ ରାଜା ସ୍ୱାଇଁ ହଟହଟା ହୋଇଛନ୍ତି । ମୁହାଁମୁହିଁ ହୋଇଛନ୍ତି ବିରୋଧୀ-ସମର୍ଥକ । ଏପରିକି ଗାଡି ଉପରକୁ ଚପଲ ମାଡ ବି ହୋଇଛି । ଅନନ୍ତପୁର ପଂଚାୟତର ବରହମପୁର ଗାଁକୁ ଯାଇଥିବା ସମୟରେ ବିଧାୟକଙ୍କୁ ଚପଲ ମାଡ ହୋଇଛି ।

ଏହାକୁ ନେଇ ବିରୋଧି ଓ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । କିଛି ଦିନ ତଳେ ଆଠଗଡରେ ରାଜା ସ୍ୱାଇଁଙ୍କୁ ବିରୋଧ କରି ଗାଡି, ଟ୍ରାକ୍ଟର ପୋଡି ହୋଇଥିଲା । ଏହାପରେ ଆଜି ବିଧାୟକଙ୍କ ଗାଡି ଉପରକୁ ଚପଲ ମାଡ ହୋଇଛି । ଆସନ୍ତା କାଲି ଆଠଗଡର ୩ଟି ଜୋନରେ ନିର୍ବାଚନ ହେବ ।