ନିର୍ବନ୍ଧ ପୂର୍ବରୁ ନିଆଁ

52

ଆଠଗଡ : ସେ ଦେଖିଥିଲେ ବୈଶାଖ ପରେ ବସନ୍ତର ସ୍ୱପ୍ନ । ସେ ସାଜିଥାନ୍ତେ ରାଜଲକ୍ଷ୍ମୀରୁ ଆଉ କାହାର କୁଳଲକ୍ଷ୍ମୀ । ହୋଇଥାନ୍ତା ନିର୍ବନ୍ଧ, ପିନ୍ଧିଥାନ୍ତେ ମନର ମଣିଷର ସନ୍ତକ । ହେଲେ କାଳ ହୋଇ ଆସିଲା କାଳବୈଶାଖୀ । ନିର୍ବନ୍ଧ ପୂର୍ବରୁ ଲାଗିଗଲା ନିଆଁ । ଜଳିଗଲା ରାଜଲକ୍ଷ୍ମୀଙ୍କ ସ୍ୱପ୍ନ । ରାଜକୁମାର ପଠାଇଥିବା ମୁଦି ପିନ୍ଧିବା ପୁର୍ବରୁ ନିଆଁର ଧାସରେ ଅଚେତ ହୋଇ ପଡିଲେ ସେ । ଆଉ ଏବେ ସେ ବାକଶୂନ୍ୟ । କାରଣ ଚେତା ଆସିଲେ ନିଆଁ ଠାରୁ ଆହୁରି ଡରାଇବ ଅଭାବର ନିଆଁ , ଲଜ୍ଜାର ନିଆଁ ।

ସେପଟେ ଏବେ ଖୋଲା ଆକାଶ ତଳେ ଗଦାଧରପୁର ବାସିନ୍ଦା । ଅଙ୍ଗାର ଆଡେଇ ଖୋଜୁଛନ୍ତି ସାଇତା ସ୍ୱପ୍ନ , ସାଇତା ପୁଂଜି । କାଳେ କିଛି ବଂଚି ଯାଇଥିବ । ହେଲେ ନିଆଁ କିନ୍ତୁ କିଛି ଛାଡିନି । ଦକ୍ଷିଣୀ ପବନରେ ଧାଇଁ ଆସିଥିବା ନିଆଁ ମାତ୍ର କିଛି ମିନିଟରେ ସବୁକିଛି ଜାଳି ଦେଇଛି  ।

ରାଜଲକ୍ଷ୍ମୀଙ୍କ ଭଳି ନିଆଁରେ ଜଳି ପୋଡି ଯାଇଥିବା ପରିବାରର ଏବେ କରୁଣ କାହାଣୀ । ମୁଣ୍ଡ ଉପରେ ଛାତ ନାହିଁ, ପେଟକୁ ଦାନା ନାହିଁ । ଏବେ କେବଳ ଲୁହରେ ମେଂଟୁଛି ଶୋଷ ।

ଏହା ସହ ନିଆଁ କଲା ବେଘର : ପାଉଁଶ ବଖାଣୁଛି ଗଦାଧରପୁର ଗାଁ ଲୋକଙ୍କ ଦୁଃଖ