ଆଠଗଡରେ ଜଣଙ୍କୁ ଦଳିଦେଲା ହାତୀ : ତାତିଲେ ଲୋକ, ରେଞ୍ଜରଙ୍କୁ ହରିଡାପଶି ଗାଁ ଲୋକଙ୍କ ଆକ୍ରମଣ

157

କନକ ବ୍ୟୁରୋ : ହାତୀ ଦଳିଦେବା ପରେ ତାତିଲେ ଲୋକ । ଆଠଗଡ ବନାଂଚଳରେ ହାତୀ ଜଣଙ୍କୁ ଦଳି ଦେବା ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ରେଞ୍ଜରଙ୍କୁ ଧରି ନିସ୍ତୁକ ପିଟିଛନ୍ତି ହରିଡାପଶି ଗାଁ ଲୋକ । ଆଜି ସକାଳୁ ବାହାରିକୁ ଶୌଚ ପାଇଁ ଯାଇଥିଲେ ଆଠଗଡ ହରିଡାପଶି ଗାଁର କାଳିଆ ବେହେରା । ତିଗିରିଆ ରେଞ୍ଜ ଅନ୍ତର୍ଗତ ଏହି ଗାଁରେ ଅନେକ ସମୟରେ ହାତୀଙ୍କ ଆତଯାତ ରହିଛି ।

ତେବେ କାଳିଆ ବେହେରା ହାତୀ ସାମନାକୁ ଆସିଯିବାରୁ ତାଙ୍କୁ ଦଳି ପକାଇଥିଲା ଜଙ୍ଗଲୀ ହାତୀ । ହାତୀ ଆକ୍ରମଣରେ କାଳିଆଙ୍କ ଶରୀରର ଅଧା ଅଂଶ ଛିଡି ପଡିଥିଲା । ଏହାକୁ ଦେଖି ଗାଁ ଲୋକେ ଅଧିକ ଉତ୍ତେଜିତ ହୋଇପଡିଥିଲେ । ଆଠଗଡ ରେଞ୍ଜରଙ୍କୁ ଆକ୍ରମଣ କରି ଲହୁଲୁହାଣ କରିପକାଇଥିଲେ । ଘଟଣାସ୍ଥଳରେ ଏବେବି ଉତ୍ତେଜନା ଲାଗି ରହିଛି ।