ଆଠଗଡ : ଟ୍ରାଙ୍କୁଲାଇଜ୍ ବେଳେ ବନ କର୍ମଚାରୀଙ୍କୁ ଆହତ ଦନ୍ତାର ଆକ୍ରମଣ, ଜଣେ ଗୁରୁତର

56

କନକ ବ୍ୟୁରୋ : ଆହତ ହାତୀକୁ ଟ୍ରାଙ୍କୁଲାଇଜ ବେଳେ ଅଘଟଣ । ଟ୍ରାଙ୍କୁଲାଇଜ ବେଳେ ହାତୀ ବନ ପ୍ରାଣୀଙ୍କୁ ଆକ୍ରମଣ କରିଛି । ଏଥିରେ ୫ ଜଣ ଆହତ ହୋଇଛନ୍ତି । ଜଣେ ଫରେଷ୍ଟ ଗାର୍ଡ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏକ ଅଟୋ ଟାୟାର ଭିତରୁ ଦନ୍ତାହାତୀର ଗୋଡ କାଢିବା ପାଇଁ ଉଦ୍ୟମ ବେଳେ ହାତୀ ଆକ୍ରମଣ କରିଛି ।

୨୦ଦିନ ହେଲାଣି ଏପରି ରହିବା ଫଳରେ ହାତୀଟିର ଗୋଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଫଳରେ ହାତୀଟି ଭଲ ଭାବରେ ଚାଲିପାରୁ ନଥିଲା । ଅଧିକ କଷ୍ଟ ହେଲେ ହାତୀଟି ପାଣି ଭିତରେ ଗୋଡ ବୁଡାଇ ରଖୁଥିବା ଦେଖିବାକୁ ମିଳୁଥିଲା । ତେବେ ଶୀଘ୍ର ଚିକିତ୍ସା କରାନଗଲେ ସଂକ୍ରମଣ ଯୋଗୁଁ ଗୋଡଟି ନଷ୍ଟ ହେବାର ଆଶଙ୍କା ରହିଥିବାରୁ ନନ୍ଦନକାନନର ପ୍ରାଣୀ ବିଭାଗର ଏକ ଟିମ୍ ମେଘା ଜଙ୍ଗଲରେ ହାତୀକୁ ଧରିବା ପାଇଁ ଉଦ୍ୟମ କରୁଥିଲେ ।