ଆଠଗଡ ଆରତୀ ଷ୍ଟିଲ ପ୍ଲାଂଟରେ ଅଘଟଣ : ଫର୍ଣ୍ଣେସରେ ପଡି ଶ୍ରମିକଙ୍କର ମୃତ୍ୟୁ

25

ଆଠଗଡ : ଆଠଗଡ ଆରତୀ ଷ୍ଟିଲ ପ୍ଲାଂଟରେ ଅଘଟଣ, ଫର୍ଣ୍ଣେସରେ ପଡି ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଖୁଂଟୁଣୀ ଥାନା ବାଇଲୋ ଗାଁର ୨୦ବର୍ଷୀୟ ଜୀତେନ୍ଦ୍ର ନାୟକ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । କ୍ଷତିପୂରଣ ଦାବିରେ ଆରତୀ ପ୍ଲାଂଟ ଆଗରେ ଗ୍ରାମବାସୀମାନେ ଧାରଣା ଦେଇଛନ୍ତି । ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏହି ଦୁର୍ଘଟଣା ଘଟିଛି ।