ପେଟ୍ରୋଲ, ଡିଜେଲ ଓ ଏଲପିଜି ପରେ କମିଲା ବିମାନ ଇନ୍ଧନ ଦର । ଦେଶରେ ଶସ୍ତା ହେବ ବିମାନ ଭଡା

128

ପେଟ୍ରୋଲ, ଡିଜେଲ ଓ ଏଲପିଜି ପରେ ଏବେ ବିମାନ ଇନ୍ଧନ ଦର ହ୍ରାସ ପାଇଛି । ବିମାନ ଇନ୍ଧନ ବା ଆଭିଏସନ ଟର୍ବାଇନ ଫୁଏଲ (ଏଟିଏଫ) ଦର ୧୧ ପ୍ରତିଶତ ହ୍ରାସ ପାଇଛି । ଏହା ଫଳରେ ଦେଶରେ ବିମାନ ଭଡା ହ୍ରାସ ପାଇବାର ସମ୍ଭାବନା ଦେଖାଦେଇଛି । ଏହାଛଡା ତେଲଦର କମିବା ଫଳରେ କ୍ଷତିରେ ଚାଲୁଥିବା ଭାରତୀୟ ବିମାନସେବା ଶିଳ୍ପ ପାଇଁ ମଧ୍ୟ ଏକ ଆଶାର ଝଲକ ଦେଖାଦେଇଛି ।

ଭାରତରେ ବିମାନ ଇନ୍ଧନ ବିଶ୍ୱର ଅନ୍ୟ ଦେଶମାନଙ୍କ ତୁଳନାରେ ବେଶ ମହଙ୍ଗା । ସାରା ଦେଶରେ ଜିଏସଟି ଲାଗୁ ହୋଇଥିବାବେଳେ ବିମାନ ଇନ୍ଧନରେ ଏପର୍ଯ୍ୟନ୍ତ ଜିଏସଟି ଲାଗୁ ହୋଇନାହିଁ । ଏଟିଏଫ ଉପରେ ଜିଏସଟି ଲାଗୁ ହେଲେ ଦର ହ୍ରାସ ପାଇବ । ଏଣୁ ଏଟିଏପ ଉପରେ ଜିଏସଟି ଲାଗୁ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅର୍ଥ ମନ୍ତ୍ରାଳୟ ନିକଟରେ ଦାବି କରିଆସୁଛି । କିନ୍ତୁ ରାଜ୍ୟମାନେ ରାଜି ହେଉନଥିବାରୁ ଏହା ଏପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ ।