ମନ୍ତ୍ରୀ,ମାଲିକ ଓ ମେଡିକାଲ୍ : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ହସପିଟାଲ୍ ମାଲିକଙ୍କ ସଲାସୁତୁରାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

35

କନକ ବ୍ୟୁରୋ : ଓଡିଶାର ସମ୍ ହସପିଟାଲର ଅଗ୍ନିକାଣ୍ଡ ଜାତୀୟ ଗଣମାଧ୍ୟମରେ ଏକ ବିବାଦୀୟ ରୂପ ନେଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ପତ୍ନୀ ଏହି ଗ୍ରୁପ୍ ଦ୍ୱାରା ପରିଚାଳିତ ଏକ ଅନୁଷ୍ଠାନରେ ନିିଯୁକ୍ତି ପାଇଛନ୍ତି । ଏହାଦ୍ୱାରା ମନ୍ତ୍ରୀଙ୍କ ଭୂମିକା ସଂଦେହକୁ ଆସିଛି । ସ୍ୱାସ୍ଥ୍ୟମନ୍ତ୍ରୀ ଥାଇ ନିଜ ପତ୍ନୀ ଏହିଭଳି ଏକ ଅନୁଷ୍ଠାନରେ କାମ କରୁଥିବା ବେଳେ ,ଏ କ୍ଷେତ୍ରରେ ସେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇ ପାରିବେ ସେନେଇ ପ୍ରଶ୍ନ ଉଠୁଛି ।

ମନୋଜ ନାୟକ ଓ ଅତନୁ ସବ୍ୟସାଚୀ ନାୟକ । ଜଣେ ମାଲିକ ,ଜଣେ ମନ୍ତ୍ରୀ । ଜଣେ ସ୍ୱାସ୍ଥ୍ୟସେବାର ବେପାରୀ , ଅନ୍ୟଜଣେ ସ୍ୱାସ୍ଥ୍ୟ ବିଭାଗର ସର୍ବେସର୍ବା । ସବୁଠାରୁ ସଂଯୋଗର କଥା ଉଭୟେ ଗୋଟିଏ ଜିଲ୍ଲା କେନ୍ଦ୍ରାପଡାର । ଚର୍ଚ୍ଚା ଚାଲିଛି ଏ ଦୁହିଁକ ଭିତରେ ରହିଛି ଖାସ ସଂର୍ପକ । ତେଣୁ ୨୧ ଜଣ ପ୍ରାଣ ହରାଇବା ପରେ ବି ହସପିଟାଲ ମାଲିକ ମନୋଜ ନାୟକ ଜନତାଙ୍କ ସାମ୍ନାକୁ ଆସି ନାହାଁନ୍ତି କି ଦୁଃଖ ବି ପ୍ରକାଶ କରି ନାହାଁନ୍ତି । ଦୁଃଖ ବି ପ୍ରକାଶ କରିନାହାଁନ୍ତି । ସେପଟେ ଗଣମୃତ୍ୟୁର କାରଣ ଖୋଜୁଥିବା ରାଜ୍ୟ ସରକାର ବି ଦୁଇଦୁଇଟା ଏତଲା ଦେଇଛନ୍ତି ଥାନାରେ । ହେଲେ ଗୋଟିଏ ବି ଏତଲାରେ ଲେଖି ନାହାଁନ୍ତି ମନୋଜ ନାୟକଙ୍କ ନାଁ ।

ନାୟକ ନେଇ ପାରିବେ କି ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଏ ପ୍ରଶ୍ନକୁ ଆହୁରି ରହସ୍ୟମୟ କରି ଦେଉଛି ଅତନୁଙ୍କ ସହ ମନୋଜ ନାୟକଙ୍କ ଭିତିରି ସଂର୍ପକ । କାରଣ ମନ୍ତ୍ରୀଙ୍କ ପତ୍ନୀ ମାଲିକଙ୍କ କଲେଜରେ ଚାକିରୀ କରନ୍ତି । ଅର୍ଥାତ ଅତନୁଙ୍କ ପତ୍ନୀ ମନୋଜ ନାୟକ ପ୍ରତିଷ୍ଠା କରିଥିବା ଯୁକ୍ତ ଦୁଇ କଲେଜରେ ଅଧ୍ୟାପନା କରନ୍ତି । ତେଣୁ ଏତେବଡ ଘଟଣା ପରେ ବି ଅତନୁ କହି ପାରୁନାହାଁନ୍ତି କଡା କଥା ।

ଏପରିକି ମେଡିକାଲର ଅବ୍ୟବସ୍ଥାକୁ ଦେଖି ବି ଆଖି ବୁଜି ଦେଇଥିବାର ପ୍ରମାଣ ମଧ୍ୟ ସାମାନାକୁ ଆସିଛି । କାରଣ ୨୦୧୩ ରେ ହସପିଟାଲର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲା ଅଗ୍ନିଶମ ବିଭାଗ । ଏପରିକି ହସପିଟାଲ କର୍ତୃପକ୍ଷ ଓ ମାଲିକହକୁ ଜଣାଇଥିଲା । ଏସବୁ ଜାଣିସୁଦ୍ଧା ୩ ବର୍ଷ ଭତିରେ ସ୍ୱାସ୍ଥ୍ୟ ବିଭାଗ ଥରୁଟିଏ ବି ସମ୍ କର୍ତୃପକ୍ଷକୁ ତାଗିଦ କରିବାକୁ ସାହାସ କରିପାରିନଥିଲା । ଯାହାର ପରିମାଣ ଆଜି ଆପଣଙ୍କ ଆଗରେ । ନିଆଁ ଲାଗି ପ୍ରାଣ ହରାଇଲେ ୨୧ ଜଣ ଲୋକ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –