ସିବିଆଇ ସମନ୍ ନେଇ ବିଜେଡିର ଦୁଇ ବିଧାୟକଙ୍କ ପ୍ରତିକ୍ରିୟା ! ସିବିଆଇ ଡାକରା ନେଇ ଅରୁଣଙ୍କ ଉତ୍କଣ୍ଠା, ଅତନୁ କହିଲେ, ତଦନ୍ତରେ କରିବେ ସହଯୋଗ ।

144

କନକ ବ୍ୟୁରୋ : ସିବିଆଇରୁ ସମନ ପାଇଥିବା ସ୍ୱୀକାର କଲେ ବିଜେଡି ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକ । ଅରୁଣ ସାହୁ କହିଛନ୍ତି, ସେ ଖୁବ ଶୀଘ୍ର ସିବିଆଇରେ ହାଜର ହୋଇ ତାଙ୍କ ପକ୍ଷ ରଖିବେ । ହେଲେ ସିବିଆଇ ତାଙ୍କୁ କାହିଁକି ଡାକିଛି ତାହା ଜାଣିବା ପାଇଁ ତାଙ୍କର ଉତ୍କଣ୍ଠା ଅଛି । ସେପଟେ ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ସମନ ପାଇଛି, ସିବିଆଇରେ ହାଜର ହୋଇ ତାଙ୍କ ପକ୍ଷ ରଖିବେ ।

ସମନ ରହସ୍ୟରୁ ହଟିଲା ପରଦା । ସିବିଆଇରେ ହାଜର ହେବେ ଅରୁଣ । ସିବିଆଇର ସମନ ପରେ ଗଣମାଧ୍ୟମରେ ଆସି ବିଜେଡି ବିଧାୟକ ତଥା ପୂବ ର୍ ତନ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଯେ ତାଙ୍କୁ କାହିଁକି ସିବିଆଇ ଡାକିଛି ତାହା ଜାଣିବା ପାଇଁ ତାଙ୍କର ଉତ୍କଣ୍ଠା ଅଛି । ଅର୍ଥାତ୍ ତାଙ୍କର ଦୋଷ କଣ ତାହା ଜାଣି ନାହାନ୍ତି ଅରୁଣ । ଆଉ ଖୁବ୍ ଶୀଘ୍ର ସିବିଆଇରେ ହାଜର ହୋଇ ସେ ପକ୍ଷ ରଖିବେ ବୋଲି କହିଛନ୍ତି ।

କିନ୍ତୁ ବିଜେଡିର ଆଉ ଜଣେ ନେତା ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ ବାରମ୍ବାର ଗଣମାଧ୍ୟମ ଠାରୁ  ଯଥେଷ୍ଟ ଦୂରରେ ରହୁଛନ୍ତି । ଗତକାଲି ମାର୍ସାଘାଇରେ ଅତନୁ ଗଣମାଧ୍ୟମକୁ ଏଡାଇ ଦେଇଥିଲେ । କିନ୍ତୁ ଆଜି ମଧ୍ୟ ସେହି ଚିତ୍ର ଦେଖିବାକୁ ମିଳିଥିଲା । ଗଣମାଧ୍ୟମକୁ ଦେଖି ଗାଡିରେ ବସି ଚାଲି ଯାଇଥିଲେ । ଅନ୍ୟପଟେ ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ ପ୍ରଧାନ ହତ୍ୟାକାଣ୍ଡ ଘଟଣାରେ ବିଜେପିର ୨ ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ପୁଲିସ ସମନ କରି ସାରିଛି । ଆଉ ଏହି ଦୁଇ ନେତା ପକ୍ଷ ରଖିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଗୋଟିଏ ପଟେ ବିଜେପି ନେତାଙ୍କୁ ପୁଲିସର ସମନ ଅନ୍ୟପଟେ ବିଜେଡିର ଦୁଇ ବିଧାୟକଙ୍କୁ ସିବିଆଇ ସମନ ପରେ ଏବେ ଏହି ଘଟଣା ଦୁଇ ଦଳକୁ  ମୁହାଁମୁହିଁ ସ୍ଥିତିକୁ ଟାଣି ଆଣିଛି ।