ଯେବେ ସଂସଦକୁ ଶଗଡ଼ ଗାଡ଼ିରେ ଆସିଥିଲେ ବାଜପେୟୀ । ଜାଣନ୍ତୁ କ’ଣ ଥିଲା କାରଣ

143

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୈଣସି ସୁଧାର ଆସିନଥିବା ଓ ସଙ୍କଟାପନ୍ନ ଥିବା ଜଣାପଡିଛି । ଅଟଳ ବିହାରୀ ବାଜପେୟୀ ଜଣେ ଆଗ ଧାଡିର ନେତା, ବିରୋଧୀ ହୋଇକି ବି ଅନେକ ଥର ନିଜର ମଜବୁତ୍ ବିରୋଧ ଦ୍ୱାରା ଅନେକ ସରକାରଙ୍କୁ ମୁସ୍କିଲରେ ପକାଇଦେଇଛନ୍ତି ।

ପେଟ୍ରୋଲ, ଡିଜେଲର ଦାମରେ ବୃଦ୍ଧିକୁ ନେଇ ବର୍ତ୍ତମାନ ବିଜେପି ସରକାର ଗତ ଅନେକ ଦିନରୁ ସମାଲୋଚନାର ଶିିକାର ହେଉଛି । କିନ୍ତୁ ଏହି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୪୫ ବର୍ଷ ପୂର୍ବରୁ ଏମିତି ବିରୋଧ କରିଥିଲେ ଯାହାକୁ ଏପର୍ଯ୍ୟନ୍ତ ମନେ ପକାଯାଏ । ୪୫ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ବାଜପେୟୀ ଏହି ମାମଲାରେ ଇନ୍ଦିରା ଗାନ୍ଧୀ ସରକାର ବିରୁଦ୍ଧରେ ଆକ୍ରମଣ କରିଥିଲେ ।

ବାଜପେୟୀ ପେଟ୍ରୋଲ ଦର ବୃଦ୍ଧିକୁ ବିରୋଧ କରି ଏକ ପ୍ରଦର୍ଶନରେ ଶଗଡ଼ ଗାଡ଼ିରେ ସଂସଦ ପହଂଚିଥିଲେ ଓ ନିଜର ବିରୋଧ ଜାହିର କରିଥିଲେ ।

ନ୍ୟୁୟର୍କ ଟାଇମର ୧୨ ନଭେମ୍ବର, ୧୯୭୩ରେ ପ୍ରକାଶିତ ଅଙ୍କ ମୁତାବକ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ସଂସଦରେ ବିରୋଧୀ ଦଳଙ୍କ ଆକ୍ରୋଶର ସାମନା କରିବାକୁ ପଡିଥିଲା । ବିବିସି ରିପୋର୍ଟ ଅନୁସାରେ, ସେହି ଦିନ ସଂସଦରେ ୬ ସପ୍ତାହ ପର୍ଯ୍ୟନ୍ତ ଚାଲୁଥିବା ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା ।

ପେଟ୍ରୋଲ, ଡିଜେଲର ଦାମରେ ବୃଦ୍ଧିକୁ ନେଇ ସେହି ସମୟରେ ବାମ ଦଳ ଓ ଅନ୍ୟ ବିରୋଧୀ ଇନ୍ଦିରା ଗାନ୍ଧୀଙ୍କ ଠାରୁ ଇସ୍ତଫା ଦାବି କରିଥିଲେ । ଜନ ସଂଘର ନେତା ଅଟଳ ବିହାରୀ ବାଜପେୟୀ ଓ ଦୁଇ ଅନ୍ୟ ସଦସ୍ୟ ଶଗଡ଼ ଗାଡ଼ିରେ ସଂସଦ ପହଂଚିଥିଲେ । ଏହାବ୍ୟତୀତ କେତେକ ସାଇକେଲରେ ସଂସଦ ଆସିଥିଲେ ।

ଅଟଳ ଓ ବାକି ବିରୋଧୀ ନେତା ଦେଶରେ ପେଟ୍ରୋଲ ଓ ଡିଜେଲର ଅଭାବରେ ଇନ୍ଦିରା ଗାନ୍ଧୀଙ୍କ ଘୋଡ଼ା ଗାଡ଼ିରେ ଯାତ୍ରା କରିବାକୁ ବିରୋଧ କରିଥିଲେ । ଇନ୍ଦିରା ଗାନ୍ଧୀ ସେହି ସମୟରେ ଲୋକଙ୍କ ମଧ୍ୟରେ ପେଟ୍ରୋଲ ସଂରକ୍ଷଣ କରିବାର ସନ୍ଦେଶ ଦେବା ପାଇଁ ଘୋଡ଼ା ଗାଡ଼ିରେ ଯାତ୍ରା କରୁଥିଲେ ।

ଦେଶରେ ତେଲ ସଂକଟ ସମୟରେ ତେଲ ବିକ୍ରି କରୁଥିବା ମଧ୍ୟ-ପୂର୍ବ ଦେଶ ଗୁଡିକ ଭାରତକୁ କଂଚାତେଲ ପଠାଇବା କମ୍ କରିଦେଇଥିଲେ, ସେହି କାରଣରୁ ଇନ୍ଦିରା ଗାନ୍ଧୀଙ୍କ ସରକାର ତେଲର ମୂଲ୍ୟରେ ୮୦% ରୁ ଅଧିକ ବୃଦ୍ଧି କରିଥିଲେ । ଏହି କାରଣରୁ ଅଟଳଙ୍କ ସମେତ ଅନ୍ୟ ନେତାଙ୍କ ଟାର୍ଗେଟରେ ଆସିଯାଇଥିଲେ ।

ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା କାରଣରୁ ଭାରତୀୟ ଜନତା ଦଳ ଦେଶ ସାରା ନିଜର ସମସ୍ତ କାର୍ଯ୍ୟକ୍ରମ ରଦ୍ଦ କରିଦେଇଛିି । ଏହା ବିଜେପି ଶାସିତ ରାଜ୍ୟଗୁଡିକର ପ୍ରଦେଶ ସରକାର ମଧ୍ୟ ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ରଦ୍ଦ କରିଦେଇଛନ୍ତି ।