ସତ ପ୍ରମାଣିତ ହେଲା ପୂର୍ବତନ ବାଜପେୟୀଙ୍କ ଭବିଷ୍ୟବାଣୀ । ଜାଣନ୍ତୁ ମୃତ୍ୟୁ ପୂର୍ବରୁ ବିରୋଧୀଙ୍କୁ ନେଇ କଣ କହିଥିଲେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ

1,244

କନକ ବ୍ୟୁରୋ: ୨୦୧୯ ନିର୍ବାଚନ ମହାସମର ଶେଷ ହେବା ସହ ଏଥିରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ନେତାଙ୍କ ଭାଗ୍ୟର ପେଡି ମଧ୍ୟ ଖୋଲିସାରିଛି । ଆଉ ଇତି ମଧ୍ୟରେ ସ୍ପଷ୍ଟ ହୋଇସାରିଛି କାହାକୁ ଜନତାଜନାର୍ଦ୍ଦନ ଦେଶର ପ୍ରଧାନମନ୍ତ୍ରୀ ଭାବେ ବାଛିଛନ୍ତି । ତେବେ ଗତଥର ଭଳି ଏଥର ବି ଜନତା ମୋଦିଙ୍କୁ ହିଁ ପ୍ରଧାନମନ୍ତ୍ରୀ ଆସନରେ ବସିବାର ଦେଖିବାକୁ ଚାହିଛନ୍ତି । ଚଳିତ ନିର୍ବାଚନରେ ମତଦାତା ନିଜର ମତ ଦେଇ ଆଗାମୀ ୫ ବର୍ଷ ପାଇଁ ମୋଦିଙ୍କୁ ପୁଣି ଥରେ ଦେଶର ଶାସନ ଭାର ଦେଇଛନ୍ତି ।  ଅନ୍ୟପଟେ ବିଜେପିଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି କଂଗ୍ରେସ ।

ବିରୋଧୀଙ୍କ ଏଭଳି ଶୋଚନୀୟ ପରାଜୟର ଭବିଷ୍ୟବାଣୀ ବହୁ ପୂର୍ବରୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ କରିସାରିଥିଲେ । ଆଉ ବାଜପେୟୀ ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ଏବେ ସତ ପ୍ରମାଣତି ହୋଇଛି । ୧୯୯୯ରେ ଯେତେବେଳେ ବିରୋଧୀଙ୍କ ଘେରାବନ୍ଦୀରେ ବାଜପେୟୀ  ସରକାର ଗୋଟିଏ ଭୋଟରେ ପରାଜୟ ହୋଇଯାଇଥିଲା ସେତେବେଳେ ସେ କହିଥିଲେ କି  , ଆଜି ବିରୋଧୀମାନେ ଆମର ଏହି ପରାଜୟରେ ଉତ୍ସବ ମନାଉଛନ୍ତି, ଆମକୁ କଟାକ୍ଷ କରୁଛନ୍ତି କିନ୍ତୁ ଗୋଟିଏ ସମୟ ଆସିବ ଯେତେବେଳେ ଜନତା ସେମାନଙ୍କୁ ଉପହାସ କରିବେ ।

ବାଜପେୟୀ ଆହୁରୀ ମଧ୍ୟ କହିଥିଲେ କି, ଦିନ ଆସିବ  ଯେତେବେଳେ ସାରା ଦେଶରେ ପଦ୍ମ ଫୁଟିବ । ତେବେ ବାଜପେୟୀଙ୍କ ଏହି ଦୁଇଟି କଥା ବର୍ତ୍ତମାନ ସତ ପ୍ରମାଣିତ ହୋଇଛି । ବିଜେପିଠାରୁ କଂଗ୍ରେସ ଶୋଚନୀୟ ପରାଜୟ ହେବା ପରେ ଆଜି ସେ ନିଜେ ହିଁ ନିଜ ପ୍ରିୟପରିଜନଙ୍କ ନିକଟରେ ତଳକୁ ଖସିଯାଇଛି । ୧୭ ରାଜ୍ୟରେ କଂଗ୍ରେସ ଖାତା ଖୋଲିପାରିଲାନଥିବା ବେଳେ ଦେଶରେ ପୁଣି ଥରେ ବିଜେପି ବହୁମତ ପାଇ ସରକାର ଗଢିଛି ।

ଲୋକସଭା ନିର୍ବାଚନର ଫଳାଫଳା ଆସିବା ପରେ ବାଜପେୟୀ କହିଥିବା ପ୍ରତିଟି କଥା ଏବେ ସତ ପ୍ରମାଣିତ ହୋଇଛି । ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଆଗରେ କେବଳ କଂଗ୍ରେସ ନୁହେଁ ବରଂ ସମସ୍ତ ବିରୋଧୀ ଦଳ ନିଜର ସ୍ଥିତି ହରାଇଛନ୍ତି । ଖାଲି ଏତିକି ନୁହେଁ ୨୦୧୪ ଲୋକସଭା ନିର୍ବାଚନ ପରେ ନିଜକୁ ବିରୋଧୀ ଦଳର ମାନ୍ୟତା ଦେବା ପାଇଁ   ବଡ ବଡ କଥା କହୁଥିବା କଂଗ୍ରେସ ଏଥର ବି ଏଥିପାଇଁ ଆବଶ୍ୟକତା ସଂଖ୍ୟା ଗରିଷ୍ଠତା ପାଇ ପାରିନାହିଁ ।  ଗତଥର ଭଳି ଏଥର ବି କଂଗ୍ରେସର ଏଭଳ ଶୋଚନୀୟ ପରାଜୟ ହୋଇଛି ।