ଯେତେବେଳେ ପାକିସ୍ତାନୀ ମହିଳା ପତ୍ରକାର ବାଜପେୟୀଙ୍କୁ ବିବାହ ପ୍ରସ୍ତାବ ଦେଲେ,ବାଜପେୟୀ ଦେଲେ ଏଭଳି ଜବାବ୍ ! ଠୋ ଠା କରି ହସିଲେ ଲୋକେ । 

1,178

ଆଜିର ସମୟରେ ଏଭଳି କୌଣସି ଲୋକ ନଥିବେ ଯେ ଅଟଳ ବିହାରୀ ବାଜପେୟୀଙ୍କୁ ଜାଣିନଥିବେ । ନିଜ ଶାସନ କାଳରେ ଭାରତର ଚିତ୍ର ବଦଳାଇ ଉନ୍ନତିର ଶୀର୍ଷକୁ ନେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ଜୀ ୧୬ ଅଗଷ୍ଟ ୨୦୧୮ ତାରିଖରେ ଅଖିଳ ଭାରତୀୟ ଆୟୁର୍ବେଦିକ ସଂସ୍ଥାରେ ଅନେକ ଦିନ ଧରି ଚିକିତ୍ସୀତ ହେବା ପରେ ଦେହତ୍ୟାଗ କରିଥିଲେ । ସମ୍ପୁର୍ଣ୍ଣ ଜୀବନ ଅବିବାହିତ ଥିବା ଅଟଳ ଜୀ ନିଜ ବାନ୍ଧବୀ ରାଜକୁମାରୀ କୋଲ ଏବଂ ବି.ଏନ୍ .କୋଲ୍ ଙ୍କ ଝିଅ ନମିତା ଭଟ୍ଟାଚାର୍ଯ୍ୟଙ୍କୁ ନିଜ ଦତ୍ତପୁତ୍ରୀ ଭାବେ ଗ୍ରହଣ କରିଥିଲେ । ହିନ୍ଦୀର ଜଣେ ପ୍ରସିଦ୍ଧ କବି ହେବା ସହ ଜଣେ ବିଚକ୍ଷଣ ନେତା ମଧ୍ୟ ଥିଲେ । ୧୯୯୮ ରାଜସ୍ଥାନର ପୋଖରଣରେ ଭାରତର ଦ୍ୱିତୀୟ ପରମାଣୁ ପରୀକ୍ଷଣ କରି ମଧ୍ୟ ଆମେରିକାକୁ ଏ ବିଷୟରେ ଭାବିବାକୁ ବି ଦେଇନଥିଲେ ।

୧୯୯୯ ମସିହାରେ ଅଟଳ ଜୀ ଭାରତରୁ ପାକିସ୍ତାନ ଯିବାକୁ ବସ୍ ସେବା ଆରମ୍ଭ କରିଥିଲେ । ଅମୃତସର- ଲାହୋର ବସ୍ ସେବା ଆରମ୍ଭ କରିବା ସମୟରେ ସେ ସ୍ୱୟଂ ବସ୍ ରେ ବସି ଲାହୋର ଯାଇଥିଲେ । ଭାରତ ପହଚିଂବା ପରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଖୁବ୍ ଜୋରସୋରରେ ସ୍ୱାଗତ କରାଗଲା । ଏହି ସମୟରେ ସେ ଗଭର୍ଣ୍ଣର ହାଉସ୍ ରେ ଭାଷଣ ଦେବା ସହ କହିଥିଲେ ଆପଣ ବନ୍ଧୁ ବଦଳାଇ ପାରିବେ,କିନ୍ତୁ ପଡୋଶୀ ନୁହଁ । ଇତିହାସ ବଦଳାଇ ପାରିବେ , କିନ୍ତୁ ଭୁଗୋଳ ନୁହଁ ।

ଭାଷଣ ପରେ ପାକିସ୍ତାନର ଜଣେ ମହିଳା ପତ୍ରକାର ବହୁତ ଚାଲାକର ସହ ତାଙ୍କୁ କାଶ୍ମୀର ବିଷୟରେ ପଚାରିଥିଲେ । ମହିଳା ପତ୍ରକାର ଜଣକ ବାଜପେୟୀଙ୍କୁ ଅବିବାହିତ ଥିବା କାରଣ ପଚାରିଥିଲେ ଏବଂ ସେ ବିବାହ କରିବାକୁ ଆଗ୍ରହ ଥିବା କଥା ମଧ୍ୟ କହିଥିଲେ । କିନ୍ତୁ ଏଥିରେ ତାଙ୍କର ଏକ ସର୍ତ୍ତ ଅଛି ବୋଲି କହି ଅସଲ କଥା କହିଥିଲେ ,ଯେ ତାଙ୍କୁ ବିବାହର ମୁହଁଦେଖାରେ କାଶ୍ମୀର ଦରକାର । ଏହି କଥା ଶୁଣି ଅଟଳ ଜୀ ଅଳ୍ପ ହସି କହିଥିଲେ , ମୁଁ ତୁମ ପ୍ରସ୍ତାବରେ ରାଜି କିନ୍ତୁ ମୋତେ ବି ଯୌତୁକରେ ପୁରା ପାକିସ୍ତାନ ଦରକାର । ଭାରତର ପ୍ରଧାନମନ୍ତ୍ରୀଙ୍କ ଏଭଳି ଜବାବ୍ ସେଠାରେ ଉପସ୍ଥିତ ଥିବା ଭାରତୀୟ ଏବଂ ପାକିସ୍ତାନୀଙ୍କୁ ହସିବାରେ ବାଧ୍ୟ କରିଥିଲା ।