ଏକା ଧାରାରେ କବି, ପତ୍ରକାର ଓ ସଫଳ ରାଜନେତା ଅଟଳ ବିହାରୀ ବାଜପେୟୀଙ୍କ ରାଜନୈତିକ ଜୀବନି…..

195

କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ବାଜପେୟୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱପୂର୍ଣ୍ଣ ରହିଛି । ତାଙ୍କୁ ଭେଣ୍ଟିଲେଟରେ ରଖାଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି । ତେବେ ମେଡିକାଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ଘଣ୍ଟାହେଲାଣି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି । ଆଉ କିଛି ସମୟପରେ ମେଡିକାଲ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯିବ । ରାଜନୀତିରେ ଜଣେ ପ୍ରବୀଣ ବ୍ୟକ୍ତି ଭାବରେ ତାଙ୍କୁ ସାରା ଦେଶ ଜାଣେ । ତେବେ ବାଜପେୟୀ ପ୍ରଥମ ଅଣକଂଗ୍ରେସ ସରକାରରେ ପ୍ରଧାନମନ୍ତ୍ରୀ ହେବା ସହ ସଫଳତାର ସହ ଦେଶର ଶାସନଭାର ସମ୍ଭାଳି ଥିଲେ । ସରକାର ସମୟରେ ସେ ଅନେକ ଲୋକହିତକର ଯୋଜନା କରିଥିବାରୁ ସାରା ଭାରତବର୍ଷରେ ତାଙ୍କୁ ସମସ୍ତେ ଭଲପାଆନ୍ତି । ପ୍ରଥମେ ସେ ଭାରତକୁ ସ୍ୱର୍ଣ୍ଣ ଚତୁରର୍ଭୁଜ ଭାବରେ ଗଢିବା ପାଇଂ ଇଚ୍ଛା କରିଥିଲେ । ଏହାର ଅର୍ଥ ଭାରତରେ ଥିବା ୪ଟି ମେଟ୍ରୋ ସହରକୁ ଯୋଡିବା ପାଇଂ ଜାତୀୟ ରାଜପଥ ନିର୍ମାଣ କରାଇଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଡନଠାରୁ ଆରମ୍ଭ କରି ଅନେକ ଯୋଜନା କରିଥିଲେ ।

 

୨୫ ଡିସେମ୍ବର ୧୯୨୪ ମସିହାରେ ମଧ୍ୟପ୍ରଦେଶର ବ୍ଲୋରିଅର ସହରରେ ଜନ୍ମ ଗ୍ରହଣ କରନ୍ତି ଅଟଳ । ଅଟଳଙ୍କ ବାପା କୃଷ୍ଣ ବିହାରୀ ବାଜପେୟୀ ଓ ମାତା କୃଷ୍ଣା ଦେବୀ । ବାଜପେୟୀଙ୍କ ସଂସଦୀୟ ଅନୁଭବ ପାଞ୍ଚଦଶକଠାରୁ ବି ଅଧିକ । ବାଜପେୟୀ ୧୯୫୧ ମସିହାରେ ରାଜନୀତିରେ ପାଦ ଥାପନ୍ତି । ତେବେ ୧୯୫୫ ମସିହାରେ ପ୍ରଥମଥର ଲୋକସଭାକୁ ନିର୍ବାଚନରେ ପରାଜୟ ହୁଅନ୍ତି । ପୁଣିଥରେ ୧୯୫୭ ମସିହାରେ ପ୍ରଥମଥର ସାସଂଦ ହୁଅନ୍ତି । ଅଟଳ ୧୦ଥର ସାସଂଦ ଭାବରେ ଲୋକସଭାକୁ ନିର୍ବାଚିତ ହୁଅନ୍ତି । ୧୯୬୨ ମସିହାରୁ ୧୯୮୬ମସିହା ପର୍ଯ୍ୟନ୍ତ ରାଜସ୍ଥାନର ସାସଂଦ ଥିଲେ । କେବଳ ରାଜସ୍ଥାନ ନୁହେଁ ଉତ୍ତରପ୍ରଦେଶ, ନୂଆଦିଲ୍ଲୀ ଓ ମଧ୍ୟପ୍ରଦେଶରେ ମଧ୍ୟ ସାସଂଦ ଭାବରେ ନିର୍ବାଚିତ ହୋଇଥିଲେ । କେବଳ ସେ ଜଣେ ରାଜନେତା ନଥିଲେ ବରଂ ଜଣେ ପତ୍ରକାର ମଧ୍ୟ ଥିଲେ । ଅନେକ ପତ୍ରପତ୍ରିକା ସେ ଲେଖିଥବା ଜଣାଯାଏ । ଭାରଟ ଓ ପାକିସ୍ତାନର ସମ୍ପର୍କରେ ସୁଦୃଢ ହେବା ପାଇଂ ସେ ଅନେକ ପଦକ୍ଷେପ ନେଇଥିଲେ ଯେଉଂଥିପାଇଂ ସାରା ଦେଶରେ ତାଙ୍କୁ ପ୍ରଶଂସା କରାଯାଏ । ଅଣକଂଗ୍ରେସ ସରକାରରେ ପ୍ରଥମଥର ଲାଗି ବାଜପେୟୀ ସଫଳତାର ସହ ପ୍ରଧାନମନ୍ତ୍ରୀ ଭାବରେ ରହିଥିଲେ । ଜଣେ ଉଦାରବାଦୀ ନେତା ଭାବରେ ସମସ୍ତେ ତାଙ୍କୁ ଜାଣନ୍ତି । ତେବେ ୧୯୯୯ ମସିହାରେ ସେ ନିଜ ଦଳର କେତେକ ନେତାଙ୍କ ବିରୋଧ ସତ୍ୱେ ବସରେ ସେ ପାକିସ୍ତାନ ଯାତ୍ରା କରିଥିଲେ । ତେବେ ଏହାପରେ ପାକିସ୍ତାନ ନିଜର ସୈନ୍ୟମାନଙ୍କୁ କାରଗିଲରେ ଏକତ୍ରିତ କରିଥିଲା ଓ ଏହାପରେ କାରଗିଲ ଯୁଦ୍ଧ ହୋଇଥିଲା ।

 

୧୯୯୬ ମସିହାରେ ବାଜପେୟୀ ପ୍ରଥମଥର ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ ଲୋକସଭାରେ ବହୁମତ ସାବ୍ୟସ୍ତ ହୋଇନପାରିବାରୁ ମାତ୍ର ୧୩ ଦିନରେ ତାଙ୍କ ସରକାର ଭାଙ୍ଗି ଯାଇଥିଲା । ତେବେ ପୁଣିଥରେ ୧୯୯୯ ମସିହାରେ ବହୁମତ ସାବ୍ୟସ୍ତ ହୋଇ ନପାରିବାରୁ ମାତ୍ର ୧୩ମାସରେ ସରକାର ଭାଙ୍ଗି ଯାଇଥିଲା । ଏହି ସମୟରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ତାଙ୍କ ସମର୍ଥନ ଫେରାଇ ନେବାରୁ ଅଟଳଙ୍କ ସରକାର ଭାଙ୍ଗିଯାଇଥିଲା । ପରେ ପୁଣିଥରେ ୧୯୯୯ ମସିହାରେ ବିଜେପି ସରକାର ଗଠନ କରିଥିଲେ ।

୧୯୯୮ ମସିହା ମେ ୧୩ ତାରିଖରେ ପୋଖରାନରେ ପରମାଣୁ ବୋମା ପରୀକ୍ଷଣ କରିଥିଲେ । ଏହା ପୂର୍ବରୁ ୧୯୭୪ ମସିହାରେ ପରମାଣୁ ବୋମା ପରୀକ୍ଷଣ କରାଯାଇଥିଲା । ତେବେ ସେତେବେଳ ସମୟରେ କେତେକ ଦେଶ ଭାରତ ଉପରେ ପରମାଣୁ ବୋମା ପରୀକ୍ଷା କରିବା ପାଇଁ ରୋକ ଲଗାଇଥିଲେ । କିନ୍ତୁ ସେମାନଙ୍କୁ ଚକମା ଦେଇ ଅଟଳ ପରମାଣୁ ବୋମା ପରୀକ୍ଷା କରିଥିଲେ ।

୧୯୭୭ ମସିହାରେ ମୋରାଲ ଦେଶାଇ ସରକାର ସମୟରେ ସେ ବିଦେଶ ମନ୍ତ୍ରୀଥିଲେ । ସେତେବେଳ ସମୟରେ ସାରା ଦୁନିଆରେ ହିନ୍ଦୀ ଭାଷାର ପ୍ରଚାର କରିଥିଲେ । ଦିନ୍ଦୀରେ ଭାଷଣ ଦେବାରେ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ।

ଅନେତ ସମୟରେ ସେ କବିତା ଲେଖୁଥିବାର ନଜର ରହିଛି । ଏପରିକି ସଂସଦରେ ଅନେକ ଥର ସେ କବିତା ମାଧ୍ୟମରେ ନିଜର ବୟାନ ରଖିଛନ୍ତି । ତେଣୁ ତାଙ୍କୁ ଜଣେ କବି ଭାବରେ ସାରା ଦେଶ ଜାଣେ ।

ମଧ୍ୟପ୍ରଦେଶରେ ଜନ୍ମ ହୋଇଥିଲେ ମଧ୍ୟ ଉତ୍ତରପ୍ରଦେଶ ପ୍ରତି ତାଙ୍କର ଦୁର୍ବଳତା ଥିଲା । କାରଣ ତାଙ୍କ ବାପା ଶିକ୍ଷକ ଥିଲେ । ସେ ସେଠାରେ ଜନ୍ମ ହେବା ହୋଇଥିଲେ । କିନ୍ତୁ ତାଙ୍କର ଉତ୍ତରପ୍ରଦେଶରେ ତାଙ୍କର ରାଜନୀତି କ୍ୟାରିୟର ଆରମ୍ଭ ହୋଇଥିବାରୁ ତାଙ୍କର ଉତ୍ତରପ୍ରଦେଶ ପ୍ରତି ଅହେତୁକ ଦୁର୍ବଳତା ରହିଥିବା ଜଣାଯାଏ ।

 

ଅଟଳ ବିହାରୀ ବାଜପେୟୀ ଲାଲାବାହାଦୁ ର ଶାସ୍ତ୍ରୀଙ୍କ ଜୟ ଯବାନ ଜୟ କିଶାନ ସ୍ଲୋଗାନରେ ଜୟ ବିଜାନ ମଧ୍ୟ ଯୋଡିଥିଲେ । ଦେଶର ସାମରିକ ସୁରକ୍ଷା ଦିଗରେ ସେ ଅନେକ କାମ କରିଥିବା ଜଣାପଡିଛି । ବିଦେଶ ରାଷ୍ଟ୍ରଙ୍କ ରୋକଥିବା ସତ୍ୱେ ୧୯୯୮ରେ ରାଜସ୍ଥାନର ପୋଖରାନରେ ପରମାଣୁ ବୋମାକୁ ସଫଳତାର ସହ ପରୀକ୍ଷଣ କରିଥିଲେ । ଏହାପରେ ଆମେରିକା ସମେତ କେତେକ ଦେଶ ଭାରତ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଥିଲେ କିନ୍ତୁ ଅଟଳ ନିଜର ଦୃଢ ରାଜନୈତିକ ଇଚ୍ଛା ଶକ୍ତି ଆଗରେ ତାହାର ସଠିକ ଭାବରେ ପରିଚାଳନା କରିଥିଲେ । ତେବେ ଅଟଳଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ଭାରତ ବାସୀ ।