ଅନ୍ତିମ ଯାତ୍ରାରେ ବାଜପେୟୀଙ୍କ ପାର୍ଥିବ ଶରୀର: ସନ୍ଧ୍ୟାରେ ହେବ ଶେଷକୃତ୍ୟ

20

କନକ ବ୍ୟୁରୋ: ୯୩ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ଅବସ୍ଥାରେ ଆଖି ବୁଜିଛନ୍ତି ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଗତ କାଲି ସଂଧ୍ୟା ୫ ଟା ୫ ମିନିଟରେ ଭାରତର ଏହି ମହାନ ନେତାଙ୍କ ପରଲୋକ ଘଟିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଥିଲା । ବାଜପେୟୀଙ୍କ ପାର୍ଥିବ ଶରୀରକୁ ଏମ୍ସରୁ ଦିଲ୍ଲୀର କ୍ରିଷ୍ଣା ମେନନ୍ ମାର୍ଗରେ ଥିବା ତାଙ୍କ ବାସଭବନକୁ ନିଆଯାଇଥିଲା ।

ସେଠାରେ ନେତା ସମର୍ଥକମାନେ ତାଙ୍କର ଅନ୍ତିମ ଦର୍ଶନ କରିଥିବା ବେଳେ ଆଜି ତାଙ୍କ ମର ଶରୀରକୁ ବିଜେପି ମୁଖ୍ୟାଳୟ ଅଣାଯାଇଥିଲା । ତେବେ ମହାନଜନନାୟକଙ୍କ ଶେଷ ଶ୍ରଦ୍ଧାଂଜଳି ପରେ ଏବେ ତାଙ୍କ ପାର୍ଥିବ ଶରୀରରକୁ ରାଷ୍ଟ୍ରୀୟ ସ୍ମୃତିସ୍ଥଳକୁ ଶୋଭା ଯାତ୍ରାରେ ନିଆଯାଇଛି । ଅପରାହ୍ଣ ୪ଟାରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହେବ ।