ଦକ୍ଷ ରାଜନେତା ଅଟଳ ବିହାରୀ ବାଜପେୟୀ : ଶୈଶବରୁ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ କେମିତି ଥିଲା ଯାତ୍ରା ?

257

ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏମ୍ସ ପକ୍ଷରୁ ଜାରି ହୋଇଛି ହେଲ୍ଥ ବୁଲେଟିନ୍ । କାଲି ଭଳି ଆଜି ବି ଅବସ୍ଥା ସଙ୍କଟାପନ୍ନ ରହିଛି । ଏମ୍ସ ପକ୍ଷରୁ ଜାରି ହେଲ୍ଥ ବୁଲେଟିନରେ କୁହାଯାଇଛି ଯେ, ବାଜପେୟୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି ଏବଂ ତାଙ୍କୁ ଲାଇଭ୍ ସପୋଟ୍ ସିଷ୍ଟମରେ ରଖାଯାଇଛି । କିଡ୍ନୀରେ ସଂକ୍ରମଣ, ଛାତି ଯନ୍ତ୍ରଣା, ପରିଶ୍ରାର ପରିମାଣ ମାତ୍ରଧିକ ଭାବରେ କମିଯିବାରୁ ଗତ ଜୁନ୍ ୧୧ରେ ବାଜପାୟୀଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ବାଜପାୟୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନ୍ନତି ଖବର, ପାଇବା ପରେ ଏମ୍ସ ହସ୍ପିଟାଲରେ ନେତାଂକ ଭିଡ଼ ଜମିଛି । ଆଜି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଏମ୍ସ ଯାଇ ବାଜପାୟୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଗୃହମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୟ ଅଧ୍ୟକ୍ଷ ଅମିତ ଶାହା, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ବରିଷ୍ଠ ବିଜେପି ନତା ଶେହେନୱାଜ ହୁସେନ,  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବାଜପେୟୀଂକ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଏମ୍ସ ଯାଇଛନ୍ତି । ଏହାପୂର୍ବରୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ସ ଯାଇ ବାଜପେୟୀଂକ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହାଛଡ଼ା କେନ୍ଦମନ୍ତ୍ରୀ ସ୍ମୃତି ଇରାନୀ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଦିଲ୍ଲୀ ଏମ୍ସରେ ପହଂଚି, ବାଜପାୟୀଙ୍କ ସ୍ୱାସ୍ଥ୍ୟ ସଂପର୍କିତ ଖବର ବୁଝିଥିଲେ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ମଧ୍ୟ ଆଜି ଏମ୍ସ ଯିବାର କାର୍ଯ୍ୟକ୍ରମ ରହିଛି ।

ଅଟଳ ବିହାରୀ ବାଜପେୟୀ ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ଵାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା କୃଷ୍ଣବିହାରୀ ବାଜପେୟୀ ଓ ମା’ କୃଷ୍ଣା ଦେବୀ । ମହାତ୍ମା ରାମଚନ୍ଦ୍ର ବୀରଙ୍କଦ୍ୱାରା ରଚିତ ଅମର କୃତି ‘ବିଜୟ ପତାକା’ ପଢ଼ି ବାଜପେୟୀଙ୍କ ଜୀବନର ଗତି ବଦଳି ଯାଇଥିଲା । ସେ ସ୍ନାତକ ଡିଗ୍ରୀ ଗ୍ୱାଲିୟରର ଭିକ୍ଟୋରିଆ କଲେଜ ରୁ ପ୍ରାପ୍ତ କରିଥିଲେ । ଛାତ୍ର ଜୀବନରେ ସେ ଆରଏସ୍ଏସ୍ର ସ୍ୱୟଂସେବକ ହୋଇଥିଲେ ଏବଂ ସେବେଠାରୁ ରାଷ୍ଟ୍ରୀୟସ୍ତରୀୟ ତର୍କ ପ୍ରତିଯୋଗିତାରେ ଭାଗ ନେଉଥିଲେ । ସେ କାନପୁରର ଡିଏଭି କଲେଜରୁ ରାଜନୀତି ବିଜ୍ଞାନରେ ଏମ୍ଏ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏମ୍ଏ ପରେ ପରେ ସେ କାନପୁରରେ ଏଲ୍ଏଲ୍ବି ପଢ଼ା ଆରମ୍ଭ କରିଥିଲେ । ତେବେ ମଝିରୁ ପାଠପଢ଼ା ଛାଡ଼ି ସଂଘ କାର୍ୟ୍ୟରେ ନିଷ୍ଠାର ସହ ଲାଗିଥିଲେ । ପ୍ରଥମ ଥର ପାଇଁ ୧୯୫୭ରେ ସଂସଦର ସଦସ୍ୟ ରୂପେ ଚୟନ ହୋଇଥିଲେ । ୧୯୫୦ର ପ୍ରାରମ୍ଭରେ ଆରଏସଏସର ପତ୍ରିକା ଚଳାଇବା ପାଇଁ ବାଜପେୟୀ ଲ’ ପାଠ ପଢ଼ା ଅଧାରେ ଛାଡ଼ି ଦେଇଥିଲେ ।

ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ୧୯୪୨ରେ ଜେଲ ଯାଇଥିଲେ । ବ୍ରିଟିଶ ଶାସନକୁ ବିରୋଧ କରି କିଶୋର ଅବସ୍ଥାରୁ ହିଁ ବାଜପେୟୀ କିଛି ସମୟ ପାଇଁ ଜେଲ ଯାଇଥିଲେ । ଅଟଳ ବିହାରୀ ବାଜପେୟୀ ୯୦ ଦଶକରେ ବିଜେପି ଦଳ ସ୍ଥାପନା କରିବା କ୍ଷେତ୍ରରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ବାଜପେୟୀଙ୍କ ବ୍ୟକ୍ତିତ୍ୱ ଯୋଗୁଁ ସେହି ସମୟରେ ନୂଆ ସହଯୋଗୀ ଦଳ ଗୁଡ଼ିକ ବିଜେପି ସହ ଯୋଡ଼ି ହୋଇଯାଇଥିଲେ ।


ଆରଏସଏସ ଓ ଜନସଂଘ ସହ ଯୋଡ଼ି ହେବା ପୂର୍ବରୁ ବାଜପେୟୀ କିଛି ସମୟ ପାଇଁ ସାମ୍ୟବାଦ ସମ୍ପର୍କରେ ମଧ୍ୟ ଆସିଥିଲେ । ଅଟଳ ବିହାରୀ ବାଜପେୟୀ ୧୯୫୧ ଠାରୁ ଭାରତୀୟ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ସେ ୧୯୫୫ ରୁ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିଥିଲେ କିନ୍ତୁ ସେତେବେଳେ ସେ ନିର୍ବାଚନରେ ପରାଜିତ ହୋଇଥିଲେ । ଏହାପରେ ସେ ୧୯୫୭ରେ ସାଂସଦ ହୋଇଥିଲେ ।

ଅଟଳ ବିହାରୀ ବାଜପେୟୀ ମୋଟ୍ ୧୦ ଥର ଲୋକସଭା ସାଂସଦ ହୋଇଥିଲେ । ଅନ୍ୟପଟେ ସେ ୨ ଥର ୧୯୬୨ ଓ ୧୯୮୬ରେ ରାଜ୍ୟସଭା ସାସଂଦ ମଧ୍ୟ ଥିଲେ । ଏହି ସମୟରେ ସେ ଉତ୍ତର ପ୍ରଦେଶ, ନୂଆ ଦିଲ୍ଲୀ ଓ ମଧ୍ୟ ପ୍ରଦେଶରେୁ ଲୋକସଭା ନିର୍ବାଚନ ଲଢ଼ିଥିିଲେ ଓ ଜିତ୍ ହାସଲ ମଧ୍ୟ କରିଥିଲେ । ଆଉ ସେହିଠାରୁ ସେ ଗୁଜରାଟରୁ ରାଜ୍ୟସଭା ପହଞ୍ଚିଥିଲେ । ନିଜର ଭାଷଣର ଦକ୍ଷତା, ହସ ହସ ମୁହଁ ଓ ବିଚାଚଧାରା ପାଇଁ ବାଜେପେୟୀ ଲୋକଙ୍କର ବେଶ୍ ପ୍ରିୟ ଥିଲେ । ସେ ଭାରତ ଓ ପାକିସ୍ତାନ ମତଭେଦ ଦୂର କରିବା ପାଇଁ ସବୁବେଳେ ଚେଷ୍ଟାରତ ଥିଲେ 

ବାଜପେୟୀଙ୍କ ବିଜେପିର ଜଣେ ଉଦାରବାଦୀ ଚେହେରା କୁହାଯାଏ । ୧୯୯୯ରେ ବାଜପେୟୀ ପାକିସ୍ତାନ ଯାତ୍ରାେରେ କରିିଥିଲେ । ବାଜେପୟୀଙ୍କ ଏହି ରାଜନୈତିକ ସଫଳତାକୁ ଭାରତ ପାଇଁ ଏକ ନୂଆ ଯୁଗ ଆରମ୍ଭ ହୋଇଥିଲା ବୋଲି ସେ ସମୟରେ କୁହାଯାଉଥିିଲେ । କିନ୍ତୁ ସେହି ସମୟରେ ପାକିସ୍ତାନୀ ସେନା ଲୁଚାଛପାରେ ଅଭିଯାନ ଆରମ୍ଭ କରି କାରିଗିଲ ପଠାଇଥିଲେ । ତେବେ ଏହି ସଂଘର୍ଷରେ ପାକିସ୍ତାନକୁ ମୁହଁତୋଡ଼ ଜବାବ ମିଳିଥିଲା ।

ବିଜେପି ଚାରି ଦଶକ ଧରି ବିରୋଧୀ ଦଳରେ ରହିବା ପରେ ବାଜପେୟୀ ୧୯୯୬ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ ସଂଖ୍ୟା ଗରିଷ୍ଠତା ନଥିବାରୁ ସରକାର ମାତ୍ର ୧୩ ଦିନ ପାଇଁ ଚାଲିପାରିଥିଲା । ୧୯୯୮ରେ ସେ ୧୩ ମାସ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ତେବେ ମେଂଟ ରାଜନୀତିରେ ବିବାଦ ଯୋଗୁଁ ନିଜର ମୂଳ ମୁଦ୍ଦାକୁ ପଛରେ ରଖିବା ପାଇଁ ପଡ଼ିଥିଲା । ଆଉ ଏହି ଅସୁବିଧା ପାଇଁ ଜମ୍ମୁ-କାଶ୍ମୀର ସହ ଯୋଡ଼ାହୋଇଥିବାଳ ଅନୁଚ୍ଛେଦ ୩୭୦, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବା ଓ ସମାନ ନାଗରିକ ସଂହିତା ଲାଗୁ କରିବା ପରି କିଛି ତାଙ୍କ ଚିରପ୍ରତୀକ୍ଷିତ ମୁଦ୍ଦା ପାଇଁ ଉପରେ କାମ କରିପାରିନଥିଲେ । ଏହାପରେ ୧୯୯୯ରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ଏହି ସମୟରେ ସେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ ।

୧୧ ଓ ୧୩ ମଇ ୧୯୯୮ରେ ପୋଖରାନ ପରମାଣୁ ପରୀକ୍ଷଣ କରି ଅଟଳ ବିହାରୀ ବାଜେପୟୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ସାରା ବଶ୍ୱରେ ବିରୋଧ ସତ୍ୱେ ଅଟଳ ବିହାରୀ ବାଜପେୟୀ ସେହି ସମୟରେ ପରମାଣୁ ପରୀକ୍ଷଣ କରିଥିଲେ । ଯାହାପରେ ଆମେରିକା, କାନାଡ଼, ଜାପାନ ଓ ୟୁରୋପ କରି ସମେତ ଅନେକ ଦେଶ ଭୋରତ ଉପରେ ଅନେକ ପ୍ରକାରେ ରୋକ ଲଗାଇଥିଲେ । ପୋଖରାନ ପରୀକ୍ଷଣ ବାଜପେୟୀଙ୍କ ସବୁଠାରୁ ବଡ଼ ନିଷ୍ପତ୍ତି ମଧ୍ୟରୁ ଗୋଟିଏ ।

୧୯୭୭ରେ ମୋରାଜୀ ଦେଶାଇ ସରକାରରେ ଅଟଳ ବିହାରୀ ବାଜପେୟୀ ଥିଲେ ବୈଦେଶିକ ମନ୍ତ୍ରୀ । ଆଉ ସେହି ସମୟରେ ସେ ସଂଯୁକ୍ତ ରାଷ୍ଟ୍ର ଅଧିବେଶନରେ ହିନ୍ଦୀରେ ଭାଷଣ ଦେଇଥିଲେ ଓ ସାରା ବିଶ୍ୱରେ ହିନ୍ଦୀ ଭାଷାର ପରିଚୟ ଦେଇଥିଲେ । ହିନ୍ଦୀରେ ଭାଷଣ ଦେବାରେ ଭାରତର ପ୍ରଥମ ବୈଦେଶିକ ମନ୍ତ୍ରୀ ଥିଲେ ଅଟଳ ବିହାରୀ ବାଜପେୟୀ ।

ବାଜପେୟୀଙ୍କ ପାଖ ଲୋକଙ୍କ କହିବା ଅନୁସାରେ ପାକିସ୍ତାନ ସହ ସମ୍ପର୍କ ସୁଧାରିବା ପାଇଁ ବୈଦେଶିକ ମନ୍ତ୍ରୀ ଥିବା ସମୟରୁ ଚେଷ୍ଟାରତ ଥିଲେ ବାଜପେୟର । ତେବେ ଲାହୋର ଶାନ୍ତି ପ୍ରତିଷ୍ଠା ବିଫଳ ହେବା ପରେ ୨୦୦୧ରେ ବାଜପେୟୀ ଜେନ ରାଲ ପରଭେଗଜ ମୁଶାରଫଙ୍କ ସଂହ ଆଗ୍ରା ଶିଖର ବାର୍ତ୍ତ ପାଇଁ ଆଉ ଏକ ପ୍ରୟାସ କରିଥିଲେ । ତେବେ ବାଜପେୟୀଙ୍କ ସେହି ପ୍ରୟାସ ମଧ୍ୟ ସଫଳ ହୋଇନଥିଲା । ୨୦୦୪ରେ କାର୍ୟ୍ୟକାଳ ପୂରା ହେବା ପୂର୍ବରୁ ‘ଭାରତ ଉଦୟ’ ସ୍ଲୋଗାନ ଦେଇ ବାଜପେୟୀଙ୍କ ନେତୃତ୍ୱରେ ଏନ୍ଡିଏ ନିର୍ବାଚନ ଲଢିଥିଲା, ତେବେ ପରାଜୟବରଣ କରିବାକୁ ପଡ଼ିଥିଲା । ଏହାପରଠାରୁ ବାଜପେୟୀ କ୍ରମଶଃ ରାଜନୀତିରୁ ଦୂରେଇ ଯାଇଥିଲେ ।