କନକ ବ୍ୟୁରୋ : ଆମ ଗହଣରେ ଆଉ ନାହାନ୍ତି ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ୯୩ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ଗତ କାଲି ସଂଧ୍ୟା ୫ ଟା ୫ ମିନିଟରେ ଭାରତର ଏହି ମହାନ ନେତାଙ୍କ ପରଲୋକ ଘଟିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଥିଲା । ଅନ୍ତିମ ଯାତ୍ରାରେ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀର । ଆଜି ସନ୍ଧ୍ୟାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ବିଜେପି ପାର୍ଟି ଅଫିସରେ ମୋଦି, ଶାହା, ରାଜନାଥଙ୍କ ସମେତ ଦଳୀୟ ନେତା ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବାଜପେୟୀଙ୍କ ଦେହାନ୍ତରେ ସପ୍ତାହବ୍ୟାପୀ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । ତେବେ କାଳଜୟୀ ଅଟଳଙ୍କ ଉଦ୍ଦେଶ୍ୟରେ ଓଡ଼ିଶା ସମେତ ୭ଟି ରାଜ୍ୟରେ ଆଜି ସ୍କୁଲ, କଲେଜ୍ ଓ ସରକାରୀ ଅଫିସ ବନ୍ଦ ରହିଛି । ଏହି ୭ ଦିନ ମଧ୍ୟରେ ପାଳନ ହେବନି କୌଣସି ସରକାରୀ ଉତ୍ସବ । ବାଜପେୟୀଙ୍କ ଦେହାନ୍ତ ପରେ ସାରା ଭାରତରେ ଶୋକ ଛାୟାର ଖେଳିଯାଇଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଗୋଟିଏ ଯୁଗର ଅନ୍ତ ହେଲା ।

 

ଅଟଳ ବିହାରୀ ବାଜପେୟୀ ଆଜି ଆମ ଗହଣରେ ନଥିଲେ ମଧ୍ୟ ମଧ୍ୟ ତାଙ୍କ ସ୍ମୁତି ସବୁଦିନ ପାଇଁ ଅମର ରହିବ । ସେ ଆଜି ନାହାନ୍ତି ସିନା ହେଲେ ତାଙ୍କ କାଳଜୟୀ ଭାଷଣ ପାଇଁ ଲୋକେ ତାଙ୍କୁ କାଳ କାଳକୁ ମନେ ରଖିବେ । କେବଳ ଏତିକି ନୁହେଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ମଧ୍ୟ ତାଙ୍କ ଭାଷଣ ଶୁଣି ସ୍ତବ୍ଧ ହୋଇଯାଇଥିଲେ । ଆଉ ଅଟଳଙ୍କୁ ନେହରୁ କହିଥିଲେ, ଦିନେ ତୁମେ ଦେଶର ପ୍ରଧାନମନ୍ତ୍ରୀ ହେବ । ପରେ ନେହରୁଙ୍କ ଭବିଷ୍ୟବାଣୀ ସତ ହୋଇଥିଲା । ଆଉ ଅଟଳ ବ ିହାରୀ ବାଜପେୟୀ ତିନି ଥର ଦେଶର ଶାସନ ଭାର ସମ୍ଭାଳିଥିଲେ ।

୨୫ ଡିସେମ୍ବର ୧୯୨୪ରେ ଅଟଳ ବିହାରୀ ବାଜପେୟୀ ଜନ୍ମ ଗ୍ରହଣ କରିଥିଲେ । ଆଉ ଏହି ଦିନ ଭାରତ ପାଇଁ ଏକ ବଡ଼ ଦିନ । ୧୯୪୨ରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ସେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ୨୩ ଦିନ ପାଇଁ ଜେଲ ମଧ୍ୟ ଯାଇଥିଲେ । ୧୯୫୧ରେ ଆରଏସଏସ୍ ସହଯୋଗରୁ ତିଆରି ହୋଇଥିବା ଭାରତୀୟ ଜନସଂଘ ପାର୍ଟିର ସଂସ୍ଥାପକ ସଦସ୍ୟ ଥିଲେ ବାଜପେୟୀ । ୧୯୫୨ ରେ ଅଟଳ ବିହାରୀ ବାଜପେୟୀ ପ୍ରଥମ ଥର ଲକ୍ଷ୍ନୌ ଲୋକସଭା ସିଟ ପାଇଁ ନିର୍ବାଚନ ପଢ଼ିଲେ କିନ୍ତୁ ସେଥିଲେ ସେ ନିର୍ବାଚନ ହାରିଯାଇଥିଲେ । ପ୍ରଥମ ଥର ୧୯୫୭ରେ ସେ ନିର୍ବାଚନ ଜିିତିଲେ । ୧୯୫୭ରେ ଜନସଂଘ ଅଟଳ ବିହାରୀ ବାଜେପେୟୀର ତିନୋଟି ଲୋକସଭା ସିଟ ଲକ୍ଷ୍ନୌ, ମଥୁରା ଓ ବଲରାମପୁର ପାଇଁ ନିର୍ବାଚନ ଲଢ଼ାଇଥିଲେ । ଲକ୍ଷ୍ନୌରେ ସେ ନିର୍ବାଚନ ହାରି ଯାଇଥିିଲେ ସତ କିନ୍ତୁ ବଲରାମପୁରରୁ ନିର୍ବାଚନ ଜିତି ସଂସଦ ପହଞ୍ଚିଥିଲେ ।

ବାଜପେୟୀଙ୍କ ଅସାଧାରଣ ବ୍ୟକ୍ତିତ୍ୱକ ଦେଖି ସେ ସମୟରେ ପ୍ରଧାନମନ୍ତ୍ରୀ ଜବାବହାର ଲାଂଲ ନେହରୁ କହିଥିଲେ ଦିନେ ଦିନେ ଏହି ଯୁବକ ଭାରତର ପ୍ରଧାନମନ୍ତ୍ରୀ ଆସ ଅଳଙ୍କୁତ କରିବେ । ସୂଚନାଯୋଗ୍ୟ ଥରେ ସଂସଦରେ ପ୍ରଧାନମନ୍ତ୍ରୀ ନେହରୁଙ୍କ ଉପରେ ବିରୋଧୀ ଦଳ ଟାଗେର୍ଟ କରି ଅନେକ କଥା ଶୁଣାଇଥିଲେ । ସେଠାରେ ଉପସ୍ଥିତି ଅଟଳ ଜି ଅନେକ ସମୟ ପର୍ଯ୍ୟନ୍ତ ଚୁପ ରହିଥିଲେ ଓ ପୁଣି ରାଗରେ ନିଜ ସିଟରୁ କହିଥିଲେ କେବଳ ବିରୋଧୀ ଦଳ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ବିନା କାରଣରେ ଟାର୍ଗେଟ କରିବା କେତେଦୂର ଯୁକ୍ତିଯୁକ୍ତ । ଅଟଳ ବିହାରୀ ବାଜପେୟୀଙ୍କ ଭାଷଣ ଦକ୍ଷତା ଯୋଗୁ ଖୁବ ଅଳ୍ପ ବୟସରୁ ହିଁ ସେ ଏକ ଚର୍ଚ୍ଚିତ ଚେହେରା ପାଲିଟିଯାଇଥିଲେ । ଅଟଳ ଖୁବ ସ୍ୱଷ୍ଟ ଭାବେ ନିଜ ମହାମତ ପ୍ରକାଶ କରୁଥିଲେ । ତେଣୁ ତାଙ୍କୁ ସମସ୍ତେ ପସନ୍ଦ କରୁଥିଲେ ।