ବାଜପେୟୀଙ୍କ ସମାଧି ପାଇଁ ଦିଆଗଲା ଦେଢ ଏକର ଜମି ! ଆସନ୍ତା କାଲି ଅପରାହ୍ନ ୪ଟାରେ ହେବ ଅନ୍ତିମ ସଂସ୍କାର, ଜାଣନ୍ତୁ କେଉଁଠି ଦିଆଯିବା ଅଟଳଙ୍କୁ ସମାଧି ।

29

ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ବାଜପେୟୀଙ୍କ ପରଲୋକ ସହିତ ଭାରତୀୟ ରାଜନୀତିରେ ଏକ ଯୁଗର ଅନ୍ତ ହୋଇଛି । ଆଜି ଏମ୍ସରେ ସନ୍ଧ୍ୟା ପ୍ରାୟ ୫ ବାଜି ୫ ମିନିଟରେ ବାଜପେୟୀଙ୍କ ନିଧନ ହୋଇଛି । ବାଜପେୟୀଙ୍କୁ ଚଳିତ ବର୍ଷ ଜୁନ ୧୧ ତାରିଖରେ ଏମ୍ସରେ ଭର୍ତ୍ତି କରାଯାଇଥିଲା ଏବଂ ପ୍ରାୟ ୯ ମାସ ତାଙ୍କୁ ସେଠାରେ ଚିକିତ୍ସା ଅବସ୍ଥାରେ ରଖାଯାଇଥିଲା । ଗତ ୩୬ ଘଣ୍ଟା ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହୋଇଯିବାରୁ ବାଜପେୟୀଙ୍କୁ ଲାଇଫ ସେଭିଙ୍ଗ ସିଷ୍ଟମରେ ରଖାଯାଇଥିଲା । କିନ୍ତୁ ଅନେକ ଚେଷ୍ଟା ପରେ ମଧ୍ୟ ଦେଶ ଏକ ସୁନାମ ଧନ୍ୟ ନେତାକୁ ହରାଇଦେଇଛି ।

ନିଧନ ପରେ ବାଜପେୟୀଙ୍କ ପାର୍ଥିବ ଶରୀରକୁ ତାଙ୍କ ଆବାସ କୃଷ୍ଣା ମେନନକୁ ନିଆଯାଇଛି । ଗୁରୁବାର ରାତି ତମାମ ତାଙ୍କ ପାର୍ଥିବ ଶରୀରକୁ ଆବାସରେ ରଖାଯିବ । ଶୁକ୍ରବାର ସକାଳ ୯ଟାରେ ବାଜପେୟୀଙ୍କ ପାର୍ଥିବ ଶରୀରକୁ ବିଜେପି ମୁଖ୍ୟାଳୟକୁ ନିଆଯିବ ଏବଂ ସେଠାରେ ତାଙ୍କୁ ପ୍ରାୟ ୪ ଘଣ୍ଟା ରଖାଯିବ । ସେଠାରେ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ପ୍ରାୟ ଦିନ ଗୋଟାଏ ବେଳକୁ ତାଙ୍କ ପାର୍ଥିବଶରୀରକୁ ଅନ୍ତିମ ସଂସ୍କାର ପାଇଁ ରାଷ୍ଟ୍ରୀୟ ସ୍ମୃତି ସ୍ଥଳକୁ ନିଆଯିବ । ଏବଂ ପ୍ରାୟ ଅପରାହ୍ନ ୪ଟାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ସ୍ମୃତି ସ୍ଥଳ ନିକଟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବାଜପେୟୀଙ୍କ ଅନ୍ତିମ ସଂସ୍କାର ପାଇଁ ସେହି ସ୍ଥାନ ଗୁଡିକୁ ଖୁବ ଯୋର ସୋରରେ ସଫା କରାଯିବା ସହ ସୁରକ୍ଷା ବ୍ୟବସ୍ଥା ପାଇଁ ବିଏସଏଫ ଏବଂ ଏସପିଜିଙ୍କୁ ମଧ୍ୟ ସେଠାରେ ମୁତୟନ କରାଯାଇଛି । ସେଠାରେ ବାଜପେୟୀଙ୍କ ସ୍ମାରକ ତିଆରି କରିବା ପାଇଁ ଦେଢ ଏକର ଜମି ମଧ୍ୟ ଦିଆଯାଇଛି । ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ପୂର୍ବ ରାଷ୍ଟ୍ରପତି ଶଂକର ଦୟାଲ୍ ଶର୍ମା ଏବଂ ନାରାୟଣଙ୍କୁ ମଧ୍ୟ ସେଠାରେ ସମାଧୀ ଦିଆଯାଇଛି ।