ସ୍ମୃତିରେ ଅଟଳ . . ପ୍ରଖର ବକ୍ତା ତଥା ମହାନ୍ ରାଜନେତାଙ୍କ କିଛି ଓଜସ୍ୱୀ ଭାଷଣ

402

ସ୍ମୃତିରେ ଅଟଳ । ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧ ଦିବସ । ଗତ ବର୍ଷ ୧୬ ଅଗଷ୍ଟ ସନ୍ଧ୍ୟା ୫.୦୫ରେ ନିୟତି ଦେଶର ପ୍ରଖର ବକ୍ତା ତଥା ମହାନ୍ ରାଜନେତାଙ୍କୁ ଆମ ଗହଣରୁ ଛଡ଼ାଇନେଇଥିଲା । ଆଜି ସେ ଆମ ଗହଣରେ ନଥିଲେ ବି ତାଙ୍କ ବଳିଷ୍ଠ ବ୍ୟକ୍ତିତ୍ୱର ପ୍ରଭାବ ସମସ୍ତଙ୍କ ଉପରେ ରହିଛି ।

ଜଣେ ଜନନେତା ତଥା ରାଜନେତା ଓ ଦୃଢ଼ ଇଚ୍ଛାଶକ୍ତିର ଅଧିକାରୀ ଭାବେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସୁପରିଚିତ । ଅଟଳ ବିହାରୀ ବାଜପେୟୀ ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ଵାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ବାଜପେୟୀଙ୍କ ପିତା କୃଷ୍ଣବିହାରୀ ବାଜପେୟୀ ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାର ପ୍ରାଚୀନ ବଟେଶ୍ୱରର ମୂଳନିବାସୀ । କୃଷ୍ଣବିହାରୀ ଜଣେ କବି ଓ ସେ ନିଜ ଗାଁରେ ଶିକ୍ଷକତା କରୁଥିଲେ । ତୁଳସୀର ଦୁଇ ପ୍ରତ୍ରରୁ ବାସେ ପରି ଛୋଟରୁ ହିଁ ଅଟଳଙ୍କ ପ୍ରଭିଭାର ଆଭାସ ମଳିଥିଲା । ଅଟଳ ବିହାରୀ ବାଜପେୟୀ ସ୍କୁଲ ସମୟରୁ ହିଁ ଭାଷଣ ଦେଉଥିଲେ ।

ସ୍କୁଲରେ ହେଉଥିବା ତର୍କବିତର୍କ, ଭାଷଣ ଓ ଅନ୍ୟ କାର୍ଯ୍ୟକ୍ରମରେ ସବୁବେଳେ ଭାଗ ନେଉଥିଲେ ଅଟଳ ବିହାରୀ ବାଜପେୟୀ । ସେ  କେବଳ ଜଣେ ରାଜନେତା ନୁହଁନ୍ତି, ସେ ଏକାଧାରରେ ଜଣେ ଭଲ ବକ୍ତା ଓ ପ୍ରତିଭାବାନ୍ କବି । ଛାତ୍ର ଜୀବନରୁ ଅଟଲ ବିହାରୀ ବାଜପେୟୀ ପ୍ରଥମେ ଜାତୀୟତାବାଦୀ ରାଜନୀତି ପ୍ରଭାବରେ ଆସିଥିଲେ ଏବଂ ୧୯୪୨ ମସିହାର ଭାରତ ଛାଡ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ଏହି ଆନ୍ଦୋଳନ ହିଁ ଭାରତରେ ବ୍ରିଟିଶ ଶାସନର ଅନ୍ତକୁ ତ୍ୱରାନ୍ୱିତ କରିଥିଲା । ଜଣେ ରାଜନୀତି ବିଜ୍ଞାନ ଓ ଆଇନର ଛାତ୍ର ଭାବେ କଲେଜ ଜୀବନରୁ ହିଁ ସେ ବୈଦେଶିକ ବ୍ୟାପାର ପ୍ରତି ଆକର୍ଷିତ ହୋଇଥିଲେ । ପଣ୍ଡିତ ଜବାହାରଲାଲ ନେହରୁଙ୍କ ପରେ ବାଜପେୟୀ କ୍ରମାଗତ ଭାବେ ଦୁଇ ଥର ଜନସମର୍ଥନ ପାଇ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାରେ ସେ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ । ଜଣେ ଧୂରୀଣ ସାଂସଦ ଭାବେ ବାଜପେୟୀଙ୍କ ରାଜନୈତିକ ଜୀବନ ଚାରି ଦଶନ୍ଧିରୁ ଅଧିକ କାଳ ବ୍ୟାପ୍ତ । ସେ ଲୋକସଭାକୁ ୯ ଥର ନିର୍ବାଚିତ ହୋଇଥିବାବେଳେ, ରାଜ୍ୟସଭାକୁ ଦୁଇ ଥର ନିର୍ବାଚିତ ହୋଇଥିଲେ, ଯାହାକି ଏକ ରେକର୍ଡ । ତେବେ ବାଜପେୟୀଙ୍କ ଭାଷଣ ପାଇଁ ସେ ବେଶ୍ ସୁପ୍ରସିଦ୍ଧ ଥିଲେ । ତାଙ୍କୁ ଶୁଣିବା ପାଇଁ କେବଳ ଜନତାଳ ନୁହେଁ ବିରୋଧୀ ଦଳ ନେତା ମାନେ ମଧ୍ୟ ରୁଣ୍ଡ ହୋଇଯାଉଥିଲେ । ତେବେ ଆସନ୍ତୁ ଅଟଳ ବିହାରୀ ବାଜପେୟୀଙ୍କ କିଛି ଓଜସ୍ୱୀ ଭାଷଣ ଉପରେ ନଜର ପକାଇବା . . . .

ଅଟଳ ବିହାରୀ କହୁଛନ୍ତି, ଆଉ ଇନ୍ଦିରାଙ୍କ ଶାସନ ହଲୁଛି – ଅଟଳ ବିାହରୀ ବାଜପେୟୀ ଦେଶର ଉକ୍ତ ରାଜନେତାଙ୍କ ମଧ୍ୟରୁ ଜଣେ, ଯାହାଙ୍କ ଭାଷଣ ଶୁଣିବା ପାଇଁ ସଂସଦରୁ ସଡ଼କ ପର୍ଯ୍ୟନ୍ତ ଲୋକେ ଅପେକ୍ଷା କରୁଥିଲେ । ୧୯୫୭ରେ ଯେବେ ସେ ପ୍ରଥମ ଥର ପାଇଁ ବଲରାମପୁରରୁ ସାଂସଦ ହୋଇ ଲୋକସଭା ପହଞ୍ଚିଥିଲେ, ସେତେବେଳ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ତାଙ୍କ ଭାଷଣ ଶୁଣି କହିଥିଲେ ଏହି ଯୁବକ ଦିବେ ଭାରତର ପ୍ରଧାନମନ୍ତ୍ରୀ ହେବ । ଅଟଲ ବିହାରୀ ବାଜପେୟୀ ଯେବେ ବୈଦେଶିକ ମନ୍ତ୍ରୀ ଭାବେ ସଂଯୁକ୍ତ ରାଷ୍ଟ୍ର ସଂଘରେ ହିନ୍ଦୀରେ ଭାଷଣ ଦେବାରେ ପ୍ରଥମ ରାଜନେତା ଥିଲେ । ଅଟଳଙ୍କ ଭାଷଣରେ ଥିବା ଅଜଣା ଯାଦୁ । ଆଉ ତାଙ୍କ ଭାଷଣରେ ଆକର୍ଷିତ ହୋଇ ବିରୋଧୀ ଦଳ ମଧ୍ୟ ସଭାରେ ସାମିଲ ହେଉଥିଲେ । ଜରୁରୀକାଳୀନ ସମୟରେ ଦେଶରେ ନାରା ଥିଲା ଅଟଳ ବିହାରୀ କହୁଛନ୍ତି, ଇନ୍ଦିରା ଗାନ୍ଧୀଙ୍କ ଶାସନ ହଲୁଛି ।

ସଂଯୁକ୍ତ ରାଷ୍ଟ୍ରର ମଂଚରେ ହିନ୍ଦିରେ ଭାଷଣ- ଜନତା ପାର୍ଟ ପ୍ରଥମ ଥର ପାଇଁ ୧୯୭୭ରେ ନିଜର ସରକାର ଗଢ଼ିଥିଲେ । ଆଉ ସେହି ସମୟରେ ମୋରାଜୀ ଦେଶାଇ ପ୍ରଧାନନ୍ତ୍ରୀ ଥିଲେ । ଆଉ ଅଟଳ ବିହାରୀ ବାଜପେୟୀଙ୍କୁ ବୈଦେଶିକ ମନ୍ତ୍ରୀ ପରି ଗରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦିଆଯାଇଥିଲା । ଅଟଳ ବେଦେଶିକ ବ୍ୟାପାର ମନ୍ତ୍ରୀ ଦାୟିତ୍ୱରେ ରହି ପୁରା ବିଶ୍ୱରେ ଭାରତର ଏକ ଭିନ୍ନ ଛବି ତିଆରି କରୁଥିଲେ । ଆଉ ବୈଦେଶିକ ବ୍ୟାପାର ମନ୍ତ୍ରୀ ରୂପେ ସଂଯୁକ୍ତ ରାଷ୍ଟ୍ରରେ ହିନ୍ଦିରେ ଭାଷଣ ଦେଇଥିଲେ । ସେ ୪ ଅକ୍ଟୋବର, ୧୯୭୭ରେ ସଂଯୁକ୍ତ ରାଷ୍ଟ୍ର ସଂଘରେ ନିଜର ଭାଷଣ ହିନ୍ଦିରେ ଦେଇ ଭାରତକୁ ଗୌରାବାନ୍ୱିତ କରିଥିଲେ । ତେବେ ଉକ୍ତ ଭାଷଣ ପ୍ରଥମେ ଇରାଂଜୀରେ ଲେଖାଯାଇଥିଲା । କିନ୍ତୁ ତାଙ୍କୁ ହିନ୍ଦୀରେ ଅନୁବାଦ କରି ପଢ଼ିଥିଲେ ବାଜପେୟୀ ।

ପାଦ ହଲାଇ ଭାଷଣ ଦେବାର ଦେଖିଛନ୍ତି କି ? – ଅଟଲ ବିହାରୀ ବାଜପେୟୀଙ୍କ ଭାଷଣ ସବୁବେଳେ ବହୁତ ମଜାଦାର ହେଉଥିଲା । ଯେଉଁମାନେ ଅଟଳଙ୍କ ଲାଇଭ ଭାଷଣ ଶୁଣିଥିବେ, ସେମାନେ ନିଶ୍ଚିତ ସେକଥା ମନେ ପକାଇ ପାରୁଥିବେ । ତେବେ ଲୋକ କୁହନ୍ତି, ତାଙ୍କ ପରି ଭାଷଣ କେହି ଦେଇପାରିବେ ନାହିଁ । ସେହି ସମୟରେ ଦେଶର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଓ ବିପକ୍ଷ ଦଳ ନେତା ଅଟଳ ବିହାରୀ ବାଜପେୟୀଙ୍କ ମଧ୍ୟରେ ଅନେକସମୟରେ ବାକଯୁଦ୍ଧ ହେଉଥିବାର ନଜିର ରହିଛି । ଥରେ ଇନ୍ଦିରା ଗାନ୍ଧି ଅଟଳଙ୍କ ବିଷୟରେ ଆଲୋଚନା କରି କହିଥିଲେ ସେ ବହୁତ ହାତ ହଲେଇ ହଲେଇ କଥାବାର୍ତ୍ତା କରୁଛନ୍ତି । ଏହାପରେ ବାଜପେୟୀ ଜବାବରେ କହିଥିଲେ ଆପଣ କାହାକୁ ପାଦ ହଲାଇ କଥା ହେବାର ଦେଖିଛନ୍ତି କି ?

ଭୂମିକମ୍ପ ହେଲେ ମଧ୍ୟ ଅଟଳଙ୍କ ଭାଷଣଙ୍କୁ ଶୁଣୁଥିଲେ ଲୋକ –  ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟର କଥା । ସେହି ସମୟରେ ଅଟଳ ବିହାରୀ ବାଜେପେୟୀ ଜେଲରେ ବନ୍ଦ ଥିଲେ । ଅନ୍ୟପଟେ ଇନ୍ଦିରା ଗାନ୍ଧି ନିର୍ବାଚନ ଘୋଷଣା କରିଦେଇଥିଲେ । ଆଉ ତା’ପରେ ଅଟଳଙ୍କ ସମେତ ସବୁ ଲୋକଙ୍କୁ ଜେଲରୁ ବାହାରି ଗଲେ । ଆଉ ତାଙ୍କୁ ନିର୍ବାଚନ ପ୍ରଚାର ପାଇଁ ଅଳ୍ପ ସମୟ ମିଳୁଥିଲା । ଦିଲ୍ଲୀରେ ହେଉଥିଲା ଜନସଭା । ଜନତା ପାର୍ଟର ଜଣେ ନେତା ଆସି ଭାଷଣ ଦେଉଥିଲେ । ଆଉ ସେହି ସମୟରେ ଜୋରରେ ଶୀତ ଅନୁଭୂତ ହେଉଥିଲା, ଆଉ ବର୍ଷା ମଧ୍ୟ ହେଉଥିଲା । ତଥାପି ଲୋକେ ଭାଷଣ ନିଜ ସ୍ଥାନରୁ ଉଠୁନଥିଲେ । ଜଣେ ନେତା ପଚାରିଲେ ବର୍ଷା ହେଉଛି ତଥାପି ସଭାଛାଡ଼ି ଲୋକେ ଯାଉନାହାନ୍ତି କାହିଁକି ? ଆଉ ଏହାର ଉତ୍ତର ଥିଲା ବାଜପେୟୀ ଭାଷଣ ଦେବେ ସେଥିପାଇଁ ଲୋକେ ଅପେକ୍ଷା କରୁଥିଲେ । ଭୂକମ୍ପ ଆସିଗଲେ ବି ହଟିବେ ନାହିଁ ।

ସଂସଦରେ କହିଥିଲେ ଜୀବନର ମୂଲ୍ୟ ସହ ବୁଝାମଣା କରିହେବ ନାହିଁ – ଅଟଳ ବିହାରୀ ବାଜପେୟୀ ନିଜର ଓଜସ୍ୱୀ ଭାଷଣ ବଳରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାବାହାରଲାଲ ନେହୁରଙ୍କ ମଧ୍ୟ ପ୍ରଭାବିତ କରିଥିଲେ । ଥରେ ଅଟଳ ସଂସଦରେ ବାଜେପୟୀଙ୍କ ଭାଷଣ ଶଣୁò କହିଥିଲେ ସେ ଭବିଷ୍ୟତରେ ଭାରତର ପ୍ରଧାନମନ୍ତ୍ରୀ ହେବେ । ଆଉ ନେହରୁଙ୍କ ଭବିଷ୍ୟବାଣୀ ସତ ହେଲା । ଅଟଳ ସଂସଦରେ କହିଥିଲେ ନିଜର କଥାକୁ ନିର୍ଭୀକତା ସହ ସାମ୍ନାରେ ରଖିବା ଉଚିତ୍ । କିନ୍ତୁ ନିଜ ଜୀବନର ମୂଲ୍ୟବୋଧ ସହ ବୁଝାମଣା କରିହେବ ନାହିଁ ।