ହେମାଙ୍କ ଅଟଳ ପ୍ରଶଂସକ ! ଡ୍ରିମ୍ ଗର୍ଲଙ୍କୁ ପ୍ରଥମଥର ଦେଖି ଲାଜେଇ ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ

56

୮୦ ଦଶକର ସୁପରହିଟ୍ ଅଭିନେତ୍ରୀ ହେମାମାଳିନୀ । ନିଜ ମତୁଆଲା ଅନ୍ଦାଜରେ ଦର୍ଶକଙ୍କ ହୃଦୟର ବନିଛନ୍ତି ଡ୍ରିମଗର୍ଲ । ଆଜି ବି ବଲିଉଡର ଏହି ଡ୍ରିମଗର୍ଲଙ୍କ ଲକ୍ଷ ଲକ୍ଷ ପ୍ରଶଂସକ । ତେବେ ଏହି ପ୍ରଶଂସକଙ୍କ ମଧ୍ୟରେ ଆଉଜଣେ ସାମିଲ୍ ହୋଇଛନ୍ତି । ସେ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଜାଣି ଆଶ୍ଚର୍ଯ୍ୟ ହେବେ ଅଟଳ ବିହାରୀ ହେମାମାଳିନୀଙ୍କ ଏକ ସିନେମା ୨୫ଥର ଦେଖିଛନ୍ତି । ଗୁରୁବାର ପାର୍ଟି ପ୍ରତିଷ୍ଠା ଦିବସ ଦିନ ଏକଥା ନିଜେ ଡ୍ରିମଗର୍ଲ କହିଛନ୍ତି ।

ପତ୍ରିକାରେ ପ୍ରକାଶିତ ଖବର ଅନୁଯାୟୀ, ରାଜନୀତିକୁ ଆସିବା ପରେ ହେମାମାଳିନୀ ନିଜ ଭାଷଣରେ ଅନେକ ଥର ଅଟଳ ବିହାରୀଙ୍କ ବିଷୟରେ କୁହନ୍ତି । କିନ୍ତୁ ସେ ପର୍ଯ୍ୟନ୍ତ କେବେ ବି ତାଙ୍କୁ ଦେଖା କରିନଥିଲେ । ତେବେ ଏନେଇ ଦିନେ ସେ ବରିଷ୍ଠ ନେତା ମାନଙ୍କୁ ନିଜ ମନ କଥା କହିବା ସହ ଅଟଳ ବିହାରୀଙ୍କୁ ଦେଖା କରିବାକୁ ଇଛା ପ୍ରକାଶ କରିଥିଲେ ।

ଏହା ପରେ ଯେତେବେଳେ ହେମା ଯାଇଥିଲେ ସେତେବେଳେ ଅଟଳ ବିହାରୀ ତାଙ୍କୁ ଅଣଦେଖା କରିଥିଲେ । ସେଠାରେ ଉପସ୍ଥିତ ଜଣେ ମହିଳାଙ୍କୁ ହେମା ପଚାରିଥିଲେ କି ଅଟଳ ବିହାରୀ କାହିଁକି ତାଙ୍କ ସହ ଠିକ ଭାବରେ କଥା ହେଉନାହାଁନ୍ତି । ତେବେ ମହିଳାଙ୍କ ଉତ୍ତରରେ ହେମାମାଳିନୀ ଆଶ୍ଚର୍ଯ୍ୟର ସୀମା ରହି ନଥିଲା । ମହିଳା ଜଣକ କହିଥିଲେ ‘ପ୍ରକୃତରେ ଅଟଳ ବିାହରୀ ଆପଣଙ୍କର ବହୁତ ବଡ ପ୍ରଶଂସକ । ସେ ଆପଣଙ୍କ ସିନେମା ‘ସୀତା ଔର୍ ଗୀତା’କୁ ୨୫ ଥର ଦେଖିଛନ୍ତି । ଆଜି ହଠାତ୍ ଆପଣଙ୍କୁ ସାମ୍ନାରେ ଦେଖି ଟିକେ କୁଣ୍ଠାବୋଧ କରୁଛନ୍ତି’ ।