ଆଠଗଡରେ ମଦ ବିରୋଧୀ ଆନ୍ଦୋଳନ । କଖଡି ଗ୍ରାମପଂଚାୟତରୁ ବିଦେଶୀ ମଦ ଦୋକାନ ହଟାଇବା ନେଇ ଦାବି, ଆନ୍ଦୋଳନକୁ ସମର୍ଥନ କଲେ ବିଜେଡି ସାଂସଦ ସୌମ୍ୟରଂଜନ

34

କନକ ବ୍ୟୁରୋ : କଟକ ଆଠଗଡରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ । କଖଡି ଗ୍ରାମପଂଚାୟତରେ ମଦ ବିରୋଧୀ ଆନ୍ଦୋଳନ କରାଯାଇଛି । ଗ୍ରାମପଂଚାୟତରୁ ବିଦେଶୀ ମଦ ଦୋକାନ ହଟାଇବାକୁ ଏହି ଆନ୍ଦୋଳନ କରାଯାଉଥିବା ଜଣାପଡିଛି । ସରପଂଚ ଶାନ୍ତିପ୍ରିୟା ମହାନ୍ତି ସତ୍ୟାଗ୍ରହ ଅନଶନରେ ବସିବେ । ଏହି ଆନ୍ଦୋଳନରେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଓ ଓଡିଶା ନିଶାମୁକ୍ତି ଅଭିଯାନରେ ସଂଯୋଜିକା ଅପର୍ଣ୍ଣା ସାମିଲ ହୋଇଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ଗତକାଲି କଖଡି ସରପଚଂ ଶାନ୍ତି ପ୍ରିୟା ମହାନ୍ତି ମୁଖମନ୍ତ୍ରୀଙ୍କୁ ଏକ ଚିଠି ଲେଖି ସ୍ଥାନୀୟ ଅଞ୍ଚଳରେ ମଦ୍ୟପମାନଙ୍କ ଦୈାରାମ୍ୟ ବଢିବାରେ ଲାଗିଛି ତେଣୁ ଯଥାଶିଘ୍ର ସେହି ଅଚଂଳରେ ମଦକୁ ବ୍ୟାନ କରିବା ପାଇଁ କହିଥିଲେ ।

 

ତେବେ ସରକାର ଯଦି ଏଦିଗରେ କୈାଣସି ପଦକ୍ଷେପ ଗ୍ରହମ ନ କରନ୍ତି ତେବେ ସେ ଅନଶନରେ ବସିବେ ବୋଲି କହିଥିଲେ । ତେବେ ଆଜି ତାଙ୍କର ଏପରି ପ୍ରତିବାଦକପ ସମ୍ମାନ ଦେଇ ରାଜ୍ୟସଭା ସାସଂଦ ତଥା ସମ୍ବାଦର ସଂପାଦତ ସୈାମ୍ୟରଂଜନ ପଟ୍ଟନାୟକ ସେଠାରେ ପହଚିଂ ସରପଂଚଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।