ଆଜି ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ ! ଭୋଟିଂ ଆରମ୍ଭ, ୫ରେ ପ୍ରକାଶ ପାଇବ ଫଳ

51

କନକ ବ୍ୟୁରୋ: ବରଗଡ ଜିଲ୍ଲା ଅତାବିରା ଓ ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ଲାଗି ଆରମ୍ଭ ହୋଇଛି ଭୋଟ ଗ୍ରହଣ । ଅତାବିରାରେ ପ୍ରାୟ ୧୩ ହଜାର ଭୋଟର ୩୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବାକୁ ଯାଉଛନ୍ତି । ଅତାବିରା ଏନଏସି ମାନ୍ୟତା ପାଇବା ପରେ ଦ୍ୱିତୀୟଥର ଲାଗି ଭୋଟ ହେଉଛି । ଅତାବିରା ଏନଏସିର ମୋଟ ୧୨ଟି ୱାର୍ଡ ପାଇଁ ୧୩ଟି ବୁଥରେ ମତଦାନ ହେଉଛି ।

ସେହିପରି ହିନ୍ଦୋଳରେ ୧୬ଟି ୱାର୍ଡରେ ଭୋଟ ଗ୍ରହଣ ହେବ । ଏଥିପାଇଁ ୧୬ବୁଥର ବ୍ୟବସ୍ଥା କରାଯାଇଛି । ୩ଟି ୱାର୍ଡରେ ମହିଳାଙ୍କ ଲାଗି ୩ଟି ସ୍ୱତନ୍ତ୍ର ବୁଥର ବ୍ୟବସ୍ଥା କରାଯାଇଛି । ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ମତଦାନ ଶେଷ ହେବା ପରେ କଡା ସୁରକ୍ଷା ମଧ୍ୟରେ ଇଭିଏମ ଗୁଡିକୁ ଏନଏସି କାର୍ଯ୍ୟାଳୟର ଷ୍ଟ୍ରଙ୍ଗରୁମରେ ରଖାଯିବ । ୫ ତାରିଖ ଦିନ ସକାଳ ୮ଟାରୁ ଭୋଟ ଗଣତି ହେବ ।

ଦୁଇଟି ଟେବୁଲରେ ୬ ରାଉଣ୍ଡ ଗଣତି ପରେ ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି । ତେବେ ହାଇକୋର୍ଟଙ୍କ ରହିତାଦେଶ ଯୋଗୁଁ ନୂଆପଡା ଏନଏସି ନିର୍ବାଚନ ହେଉନାହିଁ । ଗତ ମାର୍ଚ୍ଚ ୬ ତାରିଖରେ ଅତାବିରା , ହିନ୍ଦୋଳ ଓ ନୂଆପଡା ଏନଏସିରେ ଏପ୍ରିଲ ୩ରେ ନିର୍ବାଚନ ପାଇଁ ଘୋଷଣା କରିଥିଲେ ରାଜ୍ୟ ନିର୍ବାଚନ ଆୟୋଗ ।