ଚମକି ପଡିଲା ଆମେରିକା ! ଅଜ୍ଞାତ ବନ୍ଧୁକଧାରୀଙ୍କ ଅନ୍ଧାଧୂନ୍ ଗୁଳିଚାଳନାରେ ୫ ସାମ୍ବାଦିକ ମୃତ, ୩ ଆହତ

31

କନକ ବ୍ୟୁରୋ: ଗନମ୍ୟାନର ଅନ୍ଧାଧୂନ ଗୁଳିରେ ୫ ସାମ୍ବାଦିକ ମୃତ, ୩ ଆହତ ହୋଇଛନ୍ତି । ଏହି ଅଭାବନୀୟ ଘଟଣା ଘଟିଛି ଆମେରିକାର ୱାଶିଂଟନରେ ଥିବା ଆନାପୋଲିସ ସହରରେ । କ୍ୟାପିଟାଲ ଗେଜେଟ ନାମକ ଏକ ସମ୍ବାଦ ପତ୍ରର ଅଫିସରେ ଜଣେ ବନ୍ଧୁକଧାରୀ ଅଚାନକ ପ୍ରବେଶ କରିଥିଲେ । କାଚ କବାଟ ସେପଟୁ ସେ ଆଖିପିଛୁଳାକେ ଗୁଳି ଚଳାଇଥିଲେ । ଏହି ଗନମ୍ୟାନ ରାଇଫଲ ସହିତ ଏକୁଟିଆ ଆସିଥିଲେ । ତାଙ୍କ ସାଙ୍ଗରେ କେହି ସହେଯାଗୀ ନଥିଲେ । ଏହି ଗୁଳିମାଡ ସମୟରେ ଡେସ୍କରେ ଅନେକ କର୍ମଚାରୀ ଥିଲେ ।

ଗୁଳିକାଣ୍ଡ ପରେ ସେଠାରେ ଭୟଭୀତ ଅବସ୍ଥାରେ ଥିବା ପ୍ରାୟ ୧୭୦ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ସେହି ସ୍ଥାନରୁ ସ୍ଥାନାନ୍ତର କରାଯାଇଥିଲା । ଏବେ ଏହି ୪ତାଲା ବିଲ୍ଡିଂଟି ସୁରକ୍ଷିତ ରହିଛି । ପୋଲିସ ସନ୍ଦେହ କରୁଛି କି ଏହି ବନ୍ଧୁକଧାରୀ ବ୍ୟକ୍ତି ଜଣଙ୍କୁ ପୂର୍ବରୁ ପୋଲିସ ହେପାଜତରେ ପଚରା ଉଚରା କରାଯାଇଥିଲା । ତେହେ ଏହି ବନ୍ଧୁକଧାରୀଙ୍କ କୌଣସି ପରିଚୟ ପୋଲିସକୁ ମିଳିପାରିନାହିଁ । ପୋଲିସ ଉକ୍ତ ଅଭିଯୁକ୍ତକୁ ଏଯାଏଁ ଧରିପାରିନାହିଁ । ଏହି ଘଟଣା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଟୁଇଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ସଦସ୍ୟଙ୍କୁ ସେ ସମବେଦନା ଜଣାଇଛନ୍ତି ।