କୁମ୍ଭମେଳାରେ କିନ୍ନରଙ୍କ ତନ୍ତ୍ରପୂଜା । ହୋମ ଯଜ୍ଞ କରି ପୂଜା ପାଠ କରୁଛି କିନ୍ନର ଆଖଡା

କୁମ୍ଭମେଳାରେ ଚାଲିଛି କିନ୍ନରଙ୍କ ତନ୍ତ୍ରପୂଜା

111

କନକ ବ୍ୟୁରୋ : କୁମ୍ଭମେଳାରେ ଚାଲିଛି କିନ୍ନରଙ୍କ ତନ୍ତ୍ରପୂଜା । ପ୍ରୟାଗରାଜର ତ୍ରିବେଣୀ ସଂଗମସ୍ଥଳରେ ଚାଲିଥିବା କୁମ୍ଭମେଳାରେ କିନ୍ନର ଆଖଡା ପକ୍ଷରୁ ମା ଶ୍ମଶାନ କାଳିଙ୍କ ପୂଜା କରାଯାଇଛି । ନିର୍ଶାର୍ଦ୍ଧରେ ସ୍ୱତନ୍ତ୍ର ରୀତିନୀତିରେ ହୋମ ଯଜ୍ଞ କରି ମାଆ ଅଘୋର କାଳିଙ୍କର ତନ୍ତ୍ରପୂଜା କରାଯାଇଛି । ଦେଶର ତଥା ସମାଜର ହିତ ପାଇଁ ଏହି ପୂଜା କରାଯାଇଥିବା କହିଛନ୍ତି କିନ୍ନର ଆଖଡାର ସଦସ୍ୟ । ସେହିପରି କୁମ୍ଭମେଳାରେ କୌଣସି ଦୁର୍ଘଟଣା ନଘଟିବା ପାଇଁ ଏହି ପୂଜା କରାଯାଇଥିବା ସେମାନେ ମତ ରଖିଛନ୍ତିି ।

ସ୍ୱତନ୍ତ୍ର ରୀତିନୀତିରେ ପୂଜାପାଠ ସହ ଯଜ୍ଞକୁଣ୍ଡରେ ଘିଅ ଆହୁତି ଦେଉଛନ୍ତି କିନ୍ନର । ୧୩ଟି ଜୁନା ଆଖଡା ସହ ପ୍ରଥମ ଥର ପାଇଁ ପ୍ରୟାଗରାଜ କୁମ୍ଭମେଳାରେ ସାମିଲ ହୋଇଛି କିନ୍ନର ଆଖଡା । ଜୁନା ଆଖଡା ସହ କିନ୍ନର ଆଖଡାର ସଦସ୍ୟମାନେ ତ୍ରିବେଣୀ ସଂଗମରେ ସାହି ସ୍ନାନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।