ଚିଟଫଣ୍ଡ ଖଳନାୟକଙ୍କ ମହାଭିଯୋଗ : ଜେଲରେ ଅବହେଳା ନେଇ ଆଇଜିଙ୍କୁ ଚିଠି ଲେଖିଲେ ଏଟି ମୁଖ୍ୟ ପ୍ରଦୀପ ସେଠୀ

45

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଚିଟଫଣ୍ଡ ଖଳନାୟକଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ମହାଅଭିଯୋଗ । ଜେଲରେ ଅବହେଳା ନେଇ ଆଇଜିଙ୍କୁ ଚିଠି ଲେଖିଲେ ଏଟି ମୁଖ୍ୟ ପ୍ରଦୀପ ସେଠୀ । ଜେଲରେ ଚିକିତ୍ସା ଅବହେଳା କରାଯିବା ସହ ଠିକ ସମୟରେ କୋର୍ଟରେ ହାଜର କରାଯାଉନି ବୋଲି ଅଭିଯୋଗ ଆଣିଛନ୍ତି ପ୍ରଦୀପ ସେଠୀ । ତେବେ ଅଭିଯୋଗ ଆଧାରରେ ତଦନ୍ତ ହେବ ବୋଲି ଜେଲ ଆଇଜି ଅରୁଣ କୁମାର ରାୟ ସୂଚନା ଦେଇଛନ୍ତି । ଝାରପଡା ଜେଲ ଭିତରେ ଶନିବାର ରାତିରେ ପ୍ରଦୀପ ସେଠୀ ନିଜ ହାତକୁ କାଟିବା ସହ ମୁଣ୍ଡକୁ ସେଲର ରେଲିଂରେ ପିଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଜେଲ ଆଇଜି ଘଟଣାର ତଦନ୍ତ କରୁଥିଲେ ।