ସନ୍ଦେହରେ ସଂଜୟ

31

ସନ୍ଦେହ ଘେରରେ ମନ୍ତ୍ରୀ ସଂଜୟ ଦାସବର୍ମା । ଚିଟଫଣ୍ଡ ସଂସ୍ଥା ଅର୍ଥତତ୍ୱର ମାଲିକ ପ୍ରଦୀପ ସେଠୀଙ୍କଠାରୁ ଉପହାର ନେବା ଅଭିଯୋଗରେ ସିବିଆଇ ନିକଟରେ ଆଜି ଉତର ରଖିଛନ୍ତି ମନ୍ତ୍ରୀ ସଂଜୟ ଦାସବର୍ମା । ପ୍ରଦୀପ ସେଠୀଙ୍କ ଠାରୁ ଦାସବର୍ମା ପାଜେରୋ ଗାଡି ଉପହାର ନେବା ନେଇ ଏକ ଡକୁ୍ୟମେଂଟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଏଥିରେ ଉଲ୍ଲେଖ ଥିଲା ଯେ, ମନ୍ତ୍ରୀ ଦାସବର୍ମାଙ୍କୁ ପ୍ରଦୀପ ସେଠୀ ପାଜେରୋ ଗାଡି ଦେଇଛନ୍ତି । ଏହି ଘଟଣା ମିଡିଆରେ ପ୍ରଚାରିତ ହେବା ପରେ କିଛି ଦିନ ପୂର୍ବରୁ ସିବିଆଇ ମନ୍ତ୍ରୀଙ୍କୁ ନୋଟିସ ଜାରି କରିଥିଲା । ଏହାର ଜବାବରେ ମନ୍ତ୍ରୀଙ୍କ ଜଣେ ପ୍ରତିନିଧି ଗୌରାଙ୍ଗ ସାହୁ ବନ୍ଦ ଲଫାପାରେ ସଂଜୟ ଦାସବର୍ମାଙ୍କ ପକ୍ଷରୁ ସେ ସମ୍ପର୍କିତ ଡକୁ୍ୟମେଂଟ ଆଜି ସିବିଆଇକୁ ଦେଇଛନ୍ତି ।

ଅଧିକ ତଥ୍ୟ ପାଇଁ ଦେଖନ୍ତୁ :