ବାଜ୍ୟାପ୍ତ ହେବ ଅର୍ଥତତ୍ୱ ଚିଟଫଣ୍ଡ ସଂସ୍ଥାର ସମ୍ପତି ! ଏନେଇ ଅର୍ଥ ବିଭାଗକୁ ଚିଠି ଲେଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

49

କନକ ବ୍ୟୁରୋ : ବାଜ୍ୟାପ୍ତ ହେବ ଅର୍ଥତତ୍ୱ ଚିଟଫଣ୍ଡ ସଂସ୍ଥାର ସମ୍ପତି । ଅର୍ଥତତ୍ୱର ୧୩ କୋଟି ୩୦ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ବାଜ୍ୟାପ୍ତି ପାଇଁ ଅର୍ଥ ବିଭାଗକୁ ଚିଠି ଲେଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତକାଲି ଏଟି ଚିଟଫଣ୍ଡର ଏହି ସଂପତିକୁ ଆଟାଚ କରିଛି ଇଡି । ଏହି ସଂପତି ମଧ୍ୟରେ ରହିଛି କୋଲକାତାର ହାପି ହାଇରାଇଜର୍ସ ଲିମିଟେଡ୍, ପଂଚଦୀପ କନଷ୍ଟ୍ରକସନ୍ ଓ ଭୁବନେଶ୍ୱରରେ ଥିବା ଘର ଓ ଜମି ।

ଏହା ପୂର୍ବରୁ ଇଡି ଅର୍ଥତତ୍ୱର ୧୦୭ କୋଟି ୨୭ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତି ବାଜ୍ୟାପ୍ତି ପାଇଁ ଅର୍ଥ ବିଭାଗକୁ ଚିଠି ଲେଖି ସାରିଛି । ୨୦୦୨ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଅର୍ଥତତ୍ୱର ଆର୍ଥିକ କାରବାର ସଂପର୍କରେ ତଦନ୍ତ ଆରମ୍ଭ ହୋଇଥିଲା । ୨୦୧୩ ମେ ୧୩ ତାରିଖରେ ଏଟି ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଗିରଫ କରାଯାଇଥିଲା ।