ମହାକାଶରେ ଅଜଣା ସଂକେତ ! ବାହାର ଗ୍ରହରୁ ଭିନ୍ନ ରେଡିଓ ଫ୍ରିକୁଏନସି ଆସିବା ନେଇ ଠାବ କଲେ ନାସା ବୈଜ୍ଞାନିକ

76

କନକ ବ୍ୟୁରୋ : ଅଜଣା ଗ୍ରହରୁ ଆସିଲା ଅଜଣା ସଙ୍କେତ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏକ ଅଜଣା ଗ୍ରହରୁ ପୃଥିବୀକୁ ଆସିଛି ମହାକାଶୀୟ ତରଙ୍ଗ । ଏଲିଏନ ବା ପୃଥିବୀ ବାହାର ମଣିଷଙ୍କ ବିଷୟରେ ଅନୁସନ୍ଧାନ କରୁଥିବା ‘ବ୍ରେକ ଥ୍ରୁ ପ୍ରୋଜେକ୍ଟ’ର ବୈଜ୍ଞାନିକ ଏଭଳି କିଛି ରେଡିଓ ସିଗ୍ନାଲକୁ ଟ୍ରାକ କରିଛନ୍ତି ।

ବଲିଉଡ ଓ ହଲିଉଡରେ ଭିନ୍ନ ଗ୍ରହରର ମଣିଷଙ୍କୁ ନେଇ ଅନେକ ଚଳଚ୍ଚିତ୍ର ଦେଖିବାକୁ ମଳିଛି । ଏବେ କିନ୍ତୁ ଭିନ୍ନ ଗ୍ରହରର ମଣିଷ ବା ଏଲିଏନଙ୍କ ବାସ୍ତବ ଅବସ୍ଥିତି ନେଇ ମହାକାଶ ଗବେଷକଙ୍କ ସନ୍ଦେହ ବଢିଛି । କାରଣ ମହାକାଶରେ ପ୍ରାୟ ୩୦୦କୋଟି ଆଲୋକବର୍ଷ ଦୂରତାରୁ ପୃଥିବୀ ପୃଷ୍ଠକୁ ଆସିଛି କିଛି ରେଡିଓ ତରଙ୍ଗ । ଏଲିଏନଙ୍କ ଉପରେ ସନ୍ଧାନ କରୁଥିବା ବ୍ରେକ ଥ୍ରୁ ପ୍ରୋଜେକ୍ଟର ବୈଜ୍ଞାନିକ ମାନେ ଏହି ତରଙ୍ଗକୁ ଠାବ କରିଛନ୍ତି । ଏମିତିକି ପ୍ରଥମ ଥର ପାଇଁ ଏତେ ଉଚ୍ଚକ୍ଷମତା ସମ୍ପର୍ଣ୍ଣ ତରଙ୍ଗ ପ୍ରାୟ ୧୫ଥର ପୃଥିବୀକୁ ପ୍ରେରଣ କରାଯାଇଥିବା କହିଛନ୍ତି ଗବେଷକ ।

ମହାକାଶ ଗବେଷକଙ୍କ କହିବା କଥା ସାଧାରଣତଃ ମହାକାଶ ଗବେଷଣା ବେଳେ ଏଭଳି ତରଙ୍ଗ ସୃଷ୍ଟି ହୋଇଥାଏ । ଏଣୁ ସୈାର ମଣ୍ଡଳ ବାହାରେ ବି ମହାକାଶ ଗବେଷଣା ଚାଲିଥିବା ଅନୁମାନ କରୁଛନ୍ତି ବିଶେଷଜ୍ଞ । କିନ୍ତୁ ଏଲିଏନଙ୍କ ଅବସ୍ଥିତି ନେଇ ଏ ପର୍ଯ୍ୟନ୍ତ କୈାଣସି ଠୋସ ପ୍ରମାଶ ମିଳି ନାହିଁ ।

ପୃଥିବୀ ଓ ସୈାରମଣ୍ଡଳ ଥିବା ଆକାଶଗଙ୍ଗା ନକ୍ଷତ୍ରମଣ୍ଡଳ ବାହାରୁ ଆସିଛି ଏହି ବିରଳ ତରଙ୍ଗ । ବୈଜ୍ଞାନିକ ମାନଙ୍କୁ ମିଳିଥିବା ସୂଚନା ଅଧାରରେ ଡୁଆର୍ଫ ଗ୍ୟାଲେକ୍ସିରୁ ଏହି ତରଙ୍ଗକୁ ପୃଥିବୀକୁ ପଠାଯାଇଛି । ତେବେ କାହିଁକି ଏହି ତରଙ୍ଗ ଏଲିଏନଙ୍କ ଅବସ୍ଥିତି ନେଇ ସନ୍ଦେହକୁ ଘନୀଭୂତ କରୁଛି ଦେଖି ନିଅନ୍ତୁ ।

• ପ୍ରଥମ ଥର ପାଇଁ ଉଚ୍ଚ ଫ୍ରିକ୍ୱେନସିର ସିଗ୍ନାଲ ନୂଆ ଓ ଜୀବନ୍ତ ପିଣ୍ଡରୁ ଆସିଛି

• ଏହି ମହାକାଶ ତରଙ୍ଗର ୧୧ଟି ଗତିବିଧି ପରିଲକ୍ଷିତ ହୋଇଛି

• ମହାକାଶରେ ଗବେଷଣା ବେଳେ ହିଁ ଏମିତି ସିଗ୍ନାଲ୍ ସୃଷ୍ଟି ହୁଏ, ଏଣୁ ପୃଥିବୀ ବାହାରେ ଯଦି କିଏ ଗବେଷଣା କରୁଥାନ୍ତି ତେବେ ସେମାନେ ଏଲିଏନ ହିଁ ହୋଇଥାଇପାରନ୍ତି

୨୦୦୭ ମସିହାରେ ପ୍ରଥମ ଥର ପାଇଁ ଏହି ମହାକାଶ ସିଗନାଲ ବା ଫାଷ୍ଟ ରେଡିଓ ବର୍ସଟ ନେଇ ଖବର ମଳିଥିଲା ।୨୦୧୫ ଓ ୨୦୧୬ରେ ବି ଏଭଳି ତରଙ୍ଗକୁ ଠାବ କରିଥିଲେ ମହାକାଶ ଗବେଷକ । ଆଉ ଏବେ ଉଚ୍ଚକ୍ଷମତା ସମ୍ପର୍ଣ୍ଣ ସଗନାଲ ମିଳିବା ପରେ ପୃଥିବୀ ବାହାର ଦୁନିଆ ନେଇ ସଂସୟ ବଢୁଛି ।

ମହାକାଶର ଅନେକ ତଥ୍ୟ ଏବେ ବି ଗବେଷଣାର ପରିଧିରେ ରହିଛି । କିନ୍ତୁ ପ୍ରଶ୍ନ ଉଠୁଛି ଭିନ୍ନ ଗ୍ରହରୁ ଏହି ରେଡିଓ ତରଙ୍ଗ ଆସିବା ପଛରେ କଣ ରହିଥାଇପାରେ କାରଣ? ସତରେ କଣ ପୃଥିବୀ ବାହାରେ ରହିଛି ଜୀବନର ଅବସ୍ଥିତି? ନା ଏହା ପଛରେ ଆଉ କିଛି କାରଣ ରହିଛି?