ନୂଆବର୍ଷକୁ ୧୬ ଥର ପାଳନ କରିବେ ୬ ଜଣ ମହାକାଶଚାରୀ : ନାସାର ସୂଚନା

28

ଚଳିତ ବର୍ଷ ନୂଆବର୍ଷର ଏକ ନିଆରା ଅନୁଭବ ନେବେ ମହାକାଶଚାରୀ । ବେଶ୍ ନିଆରା ଢ଼ଙ୍ଗରେ ନବବର୍ଷ ପାଳନ କରିବେ ୬ ଜଣ ମହାକାଶଚାରୀ । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଇଏସଏସ୍)ରେ ୧୬ ଥର ନୂଆବର୍ଷର ମଜା ଉଠାଇବେ ୬ ଜଣ ମହାକାଶଚାରୀ ବୋଲି ନାସା ତରଫରୁ ସୂଚନା ମିଳିଛି । ତେବେ ଏହି ପରିକ୍ରମା ଭିତରେ ସେମାନେ ୧୬ ଥର ସୂର୍ଯ୍ୟେଦୋୟ ଓ ସୂର୍ଯ୍ୟାସ୍ତ ଦେଖିପାରିବେ । ଆମେରିକା ଅନ୍ତରୀକ୍ଷ ଏଜେନ୍ସି ଏକ ବ୍ଲକ ପୋଷ୍ଟ କରି ଏକଥା କହିଛନ୍ତି । ପୃଥିବୀ ଠାରୁ ୪୦୨.୩ କିଲୋମିଟର ଉଚ୍ଚରେ ନୂଆବର୍ଷ ନିଆରା ଅନୁଭବ ନେବେ ୬ ଜଣ ମହାକାଶଚାରୀ ।

ଛଅ ଜଣ ମହାକାଶଚାରୀ ୨୦୧୭ର ଶେଷାର୍ଦ୍ଧରେ ପରିବାର ଲୋକଙ୍କୁ ସାକ୍ଷାତ କରିବା ପରେ ହିଁ ଏହି ଯାତ୍ରାର ଅନୁଭବ ନେବା ପାଇଁ ବାହରି ଯିବେ । ବତ୍ତର୍ମାନ ଏହି ଛଅ ମହାକାଶଚାରୀ ଦଳରେ ୩ ଜଣ ଆମେରିକୀ, ଦୁଇ ଜଣ ଋଷୀୟ ଏବଂ ଜଣେ ଜାପାନୀ ମହାକାଶଚାରୀ ସାମିଲ ଅଛନ୍ତି । ପୋଷ୍ଟ ଅନୁସାରେ ବତ୍ତର୍ମାନ ସମୟରେ ମହାକାଶଚାରୀ ଜୀବ ବିଜ୍ଞାନର ଅଧ୍ୟୟନ କରୁଛନ୍ତି । ଏହି ମିଶନରେ ମହାକାଶରେ ଲୋକେ କିପରି ସୁସ୍ଥ ରହିବେ ସେ ନେଇ ଅଧ୍ୟୟନ କରୁଛନ୍ତି ।

ତେବେ ସମସ୍ତ ୬ ଜଣ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶେଷ ହୋଇଛି । ଏବେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଓ ଯିବା ପାଇଁ ପ୍ରସ୍ତୁତ ବୋଲି ଡାକ୍ତର କହିଛନ୍ତି । ଏହାସହ ବୈଜ୍ଞାନିକମାନେ ମହାକାଶରେ ବୃକ୍ଷ କିପରି ମାେଇକ୍ରୋଗ୍ରାଭିଟିରେ ବଢ଼ିପାରିବି ସେ ନେଇ ଅଧ୍ୟୟନ ଆରମ୍ଭ କରିଛନ୍ତି । ଏହା ବ୍ୟତୀତ ଲୋକେ ସେଠାରେ କିପରି ଅଧିକ ଦିନ ରହିପାରିବେ ସେ ନେଇ ୟୁସଏଓ୍ ସ୍ପେସ୍ ଏଜେନ୍ସି ପରୀକ୍ଷା କରୁଛି ।