ଭାରତୀୟ ବଜାରରେ ଲଂଚ ହେଲା ଆଷ୍ଟନ୍ ମାର୍ଟିନର ଭେନେଂଟେଜର ଲେଟେଷ୍ଟ ମଡେଲ ! ଘଂଟା ପ୍ରତି ଦୌଡିବ ୩୧୫ କିଲୋମିଟର ।

37

କନକ ବ୍ୟୁରୋ : ଭାରତୀୟ ବଜାରରେ ପ୍ରବେଶ କରିଲା ଭାନଟେଜ୍ କାର୍ର ଲେଟେଷ୍ଟ ଜେନେରେସନର ମଡେଲ । ଲକଜ୍ୟୁରିୟସ୍ ସ୍ପୋର୍ଟସ୍ କାର୍ ନିର୍ମାଣକାରୀ କମ୍ପାନୀ ଆଷ୍ଟନ୍ ମାର୍ଟିନ୍ ଏହି କାରକୁ ଭାରତରେ ଲଂଚ କରିଛି । ଏହା ପୂର୍ବରୁ ୨୦୧୬ ମସିହାରେ କମ୍ପାନୀ ଡିବି-୧୧କୁ ଭାରତରେ ଲଂଚ କରିଥିଲା । ବହୁ କିଛି ନୂଆ ଖାସିଅତ୍ ସହ ଏହାକୁ ଭାରତରେ ଲଂଚ କରାଯାଇଛି । ଏଥିରେ ପ୍ରଥମଥର ପାଇଁ ଇଲେକ୍ଟ୍ରୋନିକ୍ ରିୟର୍ ଡିଫରେନସିୟଲ ରହିଛି ।

ଗାଡି ଭିତରେ ଟଚସ୍କ୍ରିନ୍ ଡିସପ୍ଲେ ରହିଛି ।  ହାଲୁକା ଷ୍ଟ୍ରକଚର୍ ଯୋଗୁଁ ଅଧିକ ଶକ୍ତିଶାଳୀ ହେବା ସହ ଏହାର ଡିଜାଇନ୍ ଫ୍ଲାଗସିପ୍ ଡିବି-୧୧ ଏବଂ ଭଲକାନରୁ ଇନ୍ସପାୟାର ହୋଇଥିବା ସୂଚନା ରହିଛି । ତେବେ ଏହି କାରର୍ ସ୍ପିଡ୍ ୩୧୫ କିଲୋମିଟର ପ୍ରତି ଘଂଟା ବୋଲି କମ୍ପାନୀ ଦାବି କରିଛି । ଆଷ୍ଟନ ମାର୍ଟିନ୍ ଲଂଚ କରିଥିବା ଏହି କାରର ମୂଲ୍ୟ ଭାରତୀୟ ବଜାରରେ ୨.୮୬ କୋଟି ଟଙ୍କା । ତେବେ କୁହାଯାଉଛି ଯେ ଭାରତରେ ନିଜର ସ୍ଥିତି ମଜଭୁତ କରିବା ପାଇଁ କମ୍ପାନୀ ପ୍ରସ୍ତୁତି ଆରମ୍ଭ କରିଛି ।