ଆଜମା ହେଉଛି ଏକ ଶ୍ୱାସ ଜନିତ ରୋଗ । ଏହି ରୋଗ ହେବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ସହ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି ରୋଗ କୌଣସି ବି ବୟସର ଲୋକଙ୍କୁ ହେଉଥିବା ବେଳେ ଛାତିରେ ଯନ୍ତ୍ରଣା ହେବା ସହ କାଶ ମଧ୍ୟ ହୋଇଥାଏ । ଶ୍ୱାସକୁ ନିୟନ୍ତ୍ରଣରେ ରଖିବା ପାଇଁ ବାହାରେ ମିଳୁଥିବା ଔଷଧ ଅପେକ୍ଷା ଘରୋଇ ଉପାୟ ଆପଣାଇବା ବି ଲାଭଦାୟକ ହୋଇଥାଏ ।

  • ଏକ ଲିଟର ପାଣିରେ ଏକ ଚାମଚ ମେଥି ମିଶାଇ ଅଧଘଣ୍ଟା ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାକୁ ଛାଣି ଟିକେ ଅଦା ରସ ଏବଂ ମହୁ ମିଶାଇ ଏହାକୁ ସେବନ କରନ୍ତୁ । ପ୍ରତିଦିନ ସକାଳୁ ଏହାକୁ ପିଇବା ଦ୍ୱାରା ଶ୍ୱାସ ଅନେକାଂଶରେ ନିୟନ୍ତ୍ରଣରେ ରହିଥାଏ ।
  • ସୋରିଷ ତେଲରେ କର୍ପୁର ପକାଇ ଗରମ କରନ୍ତୁ । ଟିକେ ଥଣ୍ଡା ହେବା ପରେ ଏହି ତେଲକୁ ଛାତି ଏବଂ ପିଠିରେ ମାଲିସ କରନ୍ତୁ । ୨-୩ ଥର ମାଲିସ କରିବା ଦ୍ୱାରା ନିଶ୍ୱାସ ନେବା ସହଜ ହେବା ସହ ଆରାମ ଲାଗିଥାଏ।
  • ଅଦା,ମହୁ ଏବଂ ଡାଳିମ୍ବକୁ ମିଶାଇ ଏକ ପାନୀୟ ତିଆରି କରନ୍ତୁ । ଆଜମା ହେବା ସମୟରେ ଦିନକୁ ୨-୩ ଥର ଏହାକୁ ସେବନ କଲେ ପାର୍ଥକ୍ୟ ଆପେ ଆପେ ଜାଣି ପାରିବେ ।