ଦେବୀ ନଦୀରେ ଡଙ୍ଗା ଉପରେ ବଜ୍ରପାତ :୧ମୃତ , ୩ଗୁରୁତର

34

କନକ ବ୍ୟୁରୋ : ଦେବୀ ନଦୀରେ ଡଙ୍ଗା ଉପରେ ବଜ୍ରପାତ । ଏହି ବଜ୍ରପାତରେ ଜଣେ ମୃତ୍ୟୁ ବରଣ କରିବା ସହ ୩ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତି କରାଯାଇଛି । ଅସ୍ତରଙ୍ଗ ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ମୃତ ଯୁବକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି ।

ମୃତ ଯୁବକ ଅସ୍ତରଙ୍ଗ ବାଲିଡିଆ ଗ୍ରାମର ଅଭୟ ବେହେରା ବୋଲି ଜଣାପଡିଛି । ୮ଜଣ ମତ୍ସ୍ୟଜୀବୀ ଏକ ଡଙ୍ଗାରେ ସମୁଦ୍ରରୁ ମାଛ ମାରି ଫେରୁଥିବାବେଳେ ଏହି ଅଘଟଣ ଘଟିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –