କୂଳ ଲଂଘୁଛି ସମୁଦ୍ର : ଜୀବନ ଜୀବିକା ଚିନ୍ତାରେ ଅସ୍ତରଙ୍ଗ ବ୍ଲକ ଉଦୟକଣି ଗ୍ରାମବାସୀ

33

ଅସ୍ତରଙ୍ଗ : ଚାଷ ଜମିରେ ମାଡିଯାଉଛି ଲୁଣିପାଣି । ସୁ ସୁ ଗର୍ଜନ କରି ଜନ ବସତି ଆଡକୁ ମାଡି ଆସୁଛି ସମୁଦ୍ର । ଏଭଳି ଭୟାନକ ଅବସ୍ଥାରେ ରାତି କାଟୁଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସିସୁଅ ପଂଚାୟତର ଉଦୟକଣି ଗାଁର ୫୦ ପରିବାର । ଲୁଣାବନ୍ଧ ଡେଇଁ ସମୁଦ୍ର ପାଣି ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି । ଚାଷ ବାସ ହରାଇବା ଚିନ୍ତାରେ ସମୁଦ୍ରକୂଳିଆ ଲୋକଙ୍କୁ ନିଦ ନାହିଁ । ମୌସୁମୀ ଓଡିଶା ଛୁଇଁବା ପରେ ଚାଷୀ ଚାଷ କାମ ଆରମ୍ଭ କଲେଣି । ହେଲେ ଅସ୍ତରଙ୍ଗ ଉଦୟକଣି ଗ୍ରାମବାସୀ ହାତ ବାନ୍ଧି ବସିଛନ୍ତି । ସରକାରୀ ବାବୁ ଆସି ସ୍ଥିତି ଅନୁଧ୍ୟାନ କରି ଯାଇଛନ୍ତି । ହେଲେ ଦୁଃଖ ଦୂର ହେବ ବୋଲି ଭରସା କରିପାରୁନାହାଁନ୍ତି ଏଠାକାର ଲୋକ । ଅଧିକ ତଥ୍ୟ ଏହି ଭିଡିଓରେ :