ଅସ୍ତରଙ୍ଗ ଝାଡଲଙ୍ଗ ଗାଁରେ ପ୍ରାକ୍ ନିର୍ବାଚନୀ ହିଂସା : ୫ଆହତ ଡାକ୍ତରଖାନାରେ ଭର୍ତି

23

କନକ ବ୍ୟୁରୋ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଝାଡଲଙ୍ଗ ଗାଁରେ ପ୍ରାକ୍ ନିର୍ବାଚନୀ ହିଂସା । ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ଏକ ଦଳ ଅଡିବସିଥିଲା । ଏଥିରେ ରାଜି ନହେବାରୁ ବିବାଦ ଦେଖାଦେଇଥିଲା । ଏହା ପରେପରେ ମାରପିଟ ଓ ଟେକା ପଥର ମାଡ ହୋଇଥିଲା । ଏଥିରେ ଗାଁର ୫ଜଣ ଆହତ ହୋଇ ଅସ୍ତରଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଅସ୍ତରଙ୍ଗ ସାମୁଦ୍ରିକ ଥାନା ପୁଲିସ ଗାଁରେ ପହଂଚିଛି । ଏବେ’ବି ଗାଁରେ ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଛି ।

ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :