ଲଘୁଚାପ ପ୍ରଭାବରେ ଅସ୍ତରଙ୍ଗ ନିକଟରେ ଅଶାନ୍ତ ସମୁଦ୍ର : ଭୟ ଓ ଆଶଙ୍କାରେ ଅସ୍ତରଙ୍ଗ ବାସିନ୍ଦା

34

ଅସ୍ତରଙ୍ଗ : ଅସ୍ତରଙ୍ଗ ଉପକୂଳରେ ଅଶାନ୍ତ ସମୁଦ୍ର । ବଙ୍ଗୋପସାଗରରେ ଲଘୁଚାପ ଫଳରେ ୩ ମିଟର ଉଚ୍ଚରେ କୂଳକୁ ମାଡିଆସୁଛି ଜୁଆର ପାଣି । ଅମାବାସ୍ୟା ଓ ଲଘୁଚାପ ପ୍ରଭାବରେ କେଉଟଜଙ୍ଗା ପରେ ଆଉ ୨ଟି ମୁହାଣ ମେଲିବା ଫଳରେ ଆତଙ୍କିତ ହୋଇପଡିଛନ୍ତି ଉପକୂଳ ଅଂଚଳର ଲୋକେ । ୨ ନୂଆ ମୁହାଣ ମେଲିବାରୁ ରିଙ୍ଗ ବନ୍ଧରେ ଢେଉ ମାଡ ହୋଇ ପଥର ଖସିବାରେ ଲାଗିଛି । ସମୁଦ୍ରର ଏଭଳି ଉଗ୍ରରୂପ ଦେଖି ଭୟ ଓ ଆଶଙ୍କାରେ ଅଛନ୍ତି ଲୋକେ। ଚାଷ ଜମିରେ ଲହଡି ଭାଙ୍ଗୁଛି ଲୁଣାପାଣି ।