ଅସ୍ତରଙ୍ଗରେ କୂଳ ଲଂଘୁଛି ଦରିଆ : ଅତଡା ଖାଉଛି ୪ ମିଟର ଉଚ୍ଚର ଜୁଆର

37

ଅସ୍ତରଙ୍ଗ : ଅଶାନ୍ତ ସମୁଦ୍ର । ଅସ୍ତରଙ୍ଗରେ କୂଳ ଲଂଘୁଛି ନୀଳ ଦରିଆ । ଅମାବାସ୍ୟ ଯୋଗୁଁ କୂଳରେ ମାଡ ହେଉଛି ୪ ମିଟର ଉଚ୍ଚର ଜୁଆର । ଫଳରେ ଆତଙ୍କିତ ସମୁଦ୍ରକୂଳିଆ ଲୋକ । କୋଣାର୍କ ସମେତ ଅସ୍ତରଙ୍ଗର ଛେନୁଆ, ଉଦୟକଣି, ତଣ୍ଡାହର ଓ କେଉଟଜଙ୍ଗା ଉପକୂଳରେ ଜୁଆରର ବେଗ ଅଧିକ ରହିଛି । ପରିସ୍ଥିତି ଏଭଳି ହୋଇଛି ଯେ, ଢେଉକୁ ରୋକିବା ପାଇଁ ଥିବା ବାଲି ସବୁ ଏବେ ସମୁଦ୍ର ଗର୍ଭକୁ ଚାଲି ଗଲାଣି । ସମୁଦ୍ରକୂଳରେ ଥିବା ଜନବସତି କେତେବେଳେ ଯେ, ସମୁଦ୍ର ଆଁରେ ଲୀନ ହୋଇଯିବ ତାହା କହିହେବନି ।

ବେଶ କିଛି ମାସ ହେବ ସମୁଦ୍ର ଏଭଳି ଭାବରେ ଅଶାନ୍ତ ରହିଛି । ଜଳ ସେଚନ ବିଭାଗର ବୈଷୟିକ ଟିମ୍ ଅଶାନ୍ତ ସମୁଦ୍ରର ସ୍ଥିତି ପରଖିଛନ୍ତି । ଲହଡି ରୋକିବା ପାଇଁ ଆକ୍ସନ ପ୍ଲାନ ବି ପ୍ରସ୍ତୁତ ହୋଇଛି । ଏଥିପାଇଁ ୨୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । କେବଳ ସରକାରୀ ଅନୁମୋଦନକୁ ଅପେକ୍ଷା କରାଯାଇଥିବା କହିଛନ୍ତି ଜଳ ସେଚନ ବିଭାଗର ନିର୍ବାହି ଯନ୍ତ୍ରୀ ।  ଅସ୍ତରଙ୍ଗରେ କେମିତି ରହିଛି ଅଶାନ୍ତ ସମୁଦ୍ର ଦେଖିବା ଏହି ଭିଡିଓରେ :