ଲଘୁଚାପ ପ୍ରଭାବରେ ଅଶାନ୍ତ ଅସ୍ତରଙ୍ଗ ସମୁଦ୍ର : ଉଦୟକଣି ଓ ଛେନୁଆ ନିକଟରେ କୂଳ ଲଂଘିଲା ସମୁଦ୍ର

40

ଅସ୍ତରଙ୍ଗ : ଲଘୁଚାପ ପ୍ରଭାବରେ ଅସ୍ତରଙ୍ଗରେ ଅଶାନ୍ତ ହୋଇପଡିଛି ସମୁଦ୍ର । ୩ ମିଟରରୁ ଅଧିକ ଉଚ୍ଚର ଜୁଆର ଉଠୁଛି । ଉଦୟ କଣି ଓ ଛେନୁଆ ନିକଟରେ ସମୁଦ୍ର କୂଳ ଲଂଘିବା ଫଳରେ ଆଖପାଖ ଅଂଚଳ ଲୋକ ଆତଙ୍କିତ ହୋଇପଡିଛନ୍ତି । ବହୁ ଚାଷ ଜମିରେ ଲୁଣି ପାଣି ମାଡି ଆସିବା ପରେ ଜମି ଜଳମଗ୍ନ ହୋଇଯାଇଛି । ଶିଶୁଅ ପଂଚାୟତର ପାଂଚଟି ଗାଁ ଏବେ ବିପଦଘେରରେ । ଜୁଆର ମାଡି ଆସିଥିବାରୁ ଗାଁଲୋକେ ଭୟଭୀତ ହୋଇପଡିଛନ୍ତି ।