ଅସ୍ତରଙ୍ଗରେ ଅଭାବନୀୟ ଦୃଶ୍ୟ ! ମାଟ୍ରିକ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ୪୦ ଛାତ୍ରଛାତ୍ରୀ ।

262

କନକ ବ୍ୟୁରୋ : ବିପଦ ସଙ୍କୁଳ ଅବସ୍ଥାରେ ନଦୀପାର ହୋଇ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଛନ୍ତି ଛାତ୍ରଛାତ୍ରୀ । ଏପରି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଅସ୍ତରଙ୍ଗର ତାଳଦା ଦୀପାଂଚଳରେ । ଏହି ଅଂଚଳରୁ ପ୍ରାୟ ୪୦ ଜଣ ପରୀକ୍ଷାର୍ଥୀ ଦେବୀ ନଦୀରେ ଡଙ୍ଗା ପାର ହୋଇ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ଦେଖିବାକୁ ମିଳିଥିଲା । ଡଙ୍ଗା ଉପରେ ଛାତ୍ରଛାତ୍ରୀମାନେ ବସି ରହିଛନ୍ତି । ଗାଡି ମଧ୍ୟ ଥୁଆ ହୋଇଛି । କୌଣସି ଲାଇଫ ଜ୍ୟାକେଟର ବ୍ୟବସ୍ଥା ନାହିଁ । ଆଉ ପରୀକ୍ଷା ଦେବାକୁ ଯାଉଛନ୍ତି ଛାତ୍ରଛାତ୍ରୀ । ସୁରେନ୍ଦ୍ରନାଥ ବିଦ୍ୟାପୀଠ ପରୀକ୍ଷା କେନ୍ଦ୍ରକୁ ଆସୁଥିବା ଏହି ଛାତ୍ରଛାତ୍ରୀମାନେ ପରୀକ୍ଷା ଆରମ୍ଭ ହେବାର ଯଥେଷ୍ଟ ପୂର୍ବରୁ ଏହିପରି ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହେବାକୁ ବାଧ୍ୟ ହେଉଛନ୍ତି ।

ଘାଟପାର ହେବାର ଏ ଦୃଶ୍ୟ ହିଁ ବୟାନ କରୁଛି କିପରି ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ୫ବର୍ଷ ତଳୁ ଶୁଭ ଦିଆଯାଇଥିବା ବିଜୁ ସେତୁ ଅଧାରେ ପଡିରହିଛି । ବର୍ଷେ ତଳୁ ଏହି କାମ ସରିବାର ଥିଲେ ମଧ୍ୟ ତାହା ଶେଷ ହୋଇନଥିବାରୁ ଘାଟ ପାର ହେବାପାଇଁ ବାଧ୍ୟ ହୋଇ ଛାତ୍ର ଛାତ୍ରୀମାନେ ଡଙ୍ଗାର ସାହାର ନେଇଛନ୍ତି ।