ଦେବୀ ନଦୀ ଫେରିଘାଟରେ ଅସୁରିକ୍ଷତ ନୌକାଯାତ୍ରା ଘଟଣା : ଚେତିଲା ପ୍ରଶାସନ, ଅସ୍ତରଙ୍ଗର ଓ କାକଟପୁରରେ ୩ଟି ଫେରିଘାଟ ବନ୍ଦ ପାଇଁ ନିର୍ଦ୍ଦେଶ

48

କନକ ବ୍ୟୁରୋ : ଅକାତକାତ ପାଣିରେ ଅସୁରକ୍ଷିତ ନୌକା ଯାତ୍ରା । ଅତି ବିପଦପୂର୍ଣ୍ଣ ଭାବେ ମଟର ଡଙ୍ଗା ସାହାଯ୍ୟରେ ବଢିଲା ଦେବୀ ନଦୀ ପାର ହେଉଛନ୍ତି ଶହଶହ ଯାତ୍ରା । ନଈ ଏକୂଳ ସେକୁଳ ଖାଉଥିବା ବେଳେ ବିନା ଲାଇଫ ଜ୍ୟାକେଟରେ ନଦୀପାର ହେଉଥିବା ଯାତ୍ରୀ ସମ୍ଭାବ୍ୟ ଦୁର୍ଘଟଣା ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି ।

ଦେବୀ ନଦୀର ପ୍ରଖର ଜଳ ସ୍ରୋତରେ ବିପଦପୂର୍ଣ୍ଣ ନୌକା ଯାତ୍ରା । ନଦୀ ଏକୁଳ ସେକୂଳ ଖାଉଥିବା ବେଳେ ଫେରିଘାଟରେ ଅସୁରକ୍ଷିତ ଭାବରେ ଡଙ୍ଗାରେ ନଦୀ ପାର ହେଉଛନ୍ତି ଯାତ୍ରା । ଆଉ ଯେଉଁ ଡଙ୍ଗାରେ ଯାତ୍ରୀ ନଦୀ ପାର ହେଉଛନ୍ତି ତାର ନା ଅଛି ଲାଇସେନ୍ସ ନା ଲାଇଫ ଜ୍ୟାକେଟ୍ । ଏମିତି ଅବସ୍ଥାରେ ପ୍ରତିଦିନ ଶହଶହ ଯାତ୍ରା ପୁରୀ ଜିଲ୍ଲା ଅସ୍ତରଙ୍ଗର ତାଳଦା ଏବଂ କାକଟପୁରର ଭଣ୍ଡିସାହି ଫେରିଘାଟରେ ଦେବୀ ନଦୀ ପାର ହୋଇଥାନ୍ତି । ଆଉ ଭରବାନଙ୍କ ଭରସାରେ ନୌକା ଚଳାଉଥିବା କହିଛନ୍ତି ଚାଳକ ।

ଏଭଳି ବିପଦପୂର୍ଣ୍ଣ ନୌକାଯାତ୍ରା ପାଇଁ ଡଙ୍ଗା ନୁହେଁ, ପ୍ରଶାସନକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଲୋକଙ୍କ କହିବା କଥା, ଭଣ୍ଡିସାହିରେ ପୋଲ ନିର୍ମାଣ ପାଇଁ ଅନେକ ଦିନରୁ ଦାବି ହେଉଥିଲେ ସୁଦ୍ଧା କେହି ଶୁଣୁନାହାନ୍ତି । ସେହିଭଳି ତାଳଦାରେ ପୋଲ ନିର୍ମାଣ ଅଧାରେ ପଡିଥିବାରୁ ଏମିତି ନଦୀ ପାର ହେବା ବ୍ୟତିତ ଅନ୍ୟ ବାଟ ନଥିବା କହିଛନ୍ତି ଯାତ୍ରୀ । ସେପଟେ ଘାଟରେ ବିପଦପୂର୍ଣ୍ଣ ବାବଦରେ କାକଟପୁର ବିଡିଓ କହିଛନ୍ତି ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।