ରେଂଜର ସାଜିଲେ କାଠ ମାଫିଆ । ଜଙ୍ଗଲକୁ ସୁରକ୍ଷା ଦେବା ବଦଳରେ ଗଛ କାଟି ବିକି ଦେଲେ ଅସ୍ତରଙ୍ଗ ରେଂଜର

110

କନକ ବ୍ୟୁରୋ: ରେଂଜର ସାଜିଲେ କାଠ ମାଫିଆ । ଜଙ୍ଗଲକୁ ସୁରକ୍ଷା ଦେଉଥିବା ଅଧିକାରୀ ଜଙ୍ଗଲକୁ ଲୁଟ୍ କରୁଥିବା ଖବର ଆସିଛି ଅସ୍ତରଙ୍ଗରୁ । ମେଘା ନର୍ସରିରୁ ମୂଲ୍ୟବାନ କାଠ କାଟି ବିକ୍ରି କରିବା ଅଭିଯୋଗରେ ରେଂଜର ସୁବାସ ନାୟକଙ୍କୁ ନିଲମ୍ବିତ କରିଛନ୍ତି ପିସିସିଏଫ୍ ।

ପୁରୀ ଜିଲ୍ଲାର ସବୁଠାରୁ ବଡ଼ କୁହାଯାଉଥିବା ମେଘା ନର୍ସରୀରୁ ୮୪ଟି ମୂଲ୍ୟବାନ କାଠ କାଟି ନେବାର ଅଭିଯୋଗ ରହିଛି ରେଂଜର ସୁବାସ ନାୟକଙ୍କ ବିରୁଦ୍ଧରେ । ଅଭିଯୋଗ ଆସିବା ପରେ ପୁରୀ ଡିଏଫଓ ହର୍ଷବର୍ଦ୍ଧନ ଉଦଗାତା ଓ ଏସିଏଫ ପ୍ରଶାନ୍ତ କୁମାର ସ୍ୱାଇଁ ମିଳିତ ତଦନ୍ତ କରି ରେଂଜରଙ୍କୁ ନିଲମ୍ବିତ କରିଛନ୍ତି ।