ଅସ୍ତରଙ୍ଗ ଉପକୂଳରେ ଆରମ୍ଭ ହୋଇଛି ଅଲିଭ୍ ରିଡଲେଙ୍କ ମିଳନ ପର୍ବ : ବାଧକ ସାଜିଛି ଟ୍ରଲର ଚଳାଚଳ

83

ଅସ୍ତରଙ୍ଗ : ନଭେମ୍ବର ମାସଠାରୁ ଅସ୍ତରଙ୍ଗ ଉପକୂଳରେ ଦେଖିବାକୁ ମିଳେ ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ । ଏବେ ଗଭୀର ସମୁଦ୍ର ଭିତରେ ହଜାର ହଜାର ଯୋଡ଼ା କଇଁଛଙ୍କ ମିଳନ ପର୍ବ ଆରମ୍ଭ ହୋଇଛି । ଏହାକୁ ଦେଖି ସ୍ଥାନୀୟ ଲୋକ ଖୁସି ଜାହିର କରିଛନ୍ତି । ଏମାନଙ୍କୁ କିପରି ସୁରକ୍ଷା ଦିଆଯିବ ସେ ନେଇ ବନବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ଅସ୍ତରଙ୍ଗ ରେଞ୍ଜର । ସେ କହିଛନ୍ତି କଇଁଛଙ୍କ ସୁରକ୍ଷା ପାଇଁ ୫ଟି ଅନସୋର କ୍ୟାମ୍ପ କରାଯିବା ସହ ସୁରକ୍ଷାକର୍ମୀଙ୍କ ଦ୍ୱାରା ସମୁଦ୍ର ପେଟ୍ରୋଲିଂ ଜାରି ରହିଛି ।

ଅଲିଭ ରିଡଲେଙ୍କୁ ବନବିଭାଗ ପକ୍ଷରୁ ସୁରକ୍ଷା ଦିଆଯାଉଛି ବୋଲି କୁହାଯାଉଛି । କିନ୍ତୁ ଏଠି ବାସ୍ତବ ଚିତ୍ର କିଛି ଅଲଗା । ଏପରିକି ନିଷିଦ୍ଧାଚଂଳ ମଧ୍ୟରେ ମାଳ ମାଳ ଟ୍ରଲର ମାଛ ମାରୁଛନ୍ତି । ଆଉ ଟ୍ରଲର ମାଡରେ ଶହ ଶହ କଇଁଛଙ୍କ ମୃତ୍ୟୁ ଘଟି ବେଳାଭୂମିରେ ପଡୁଥିବା ଦେଖାଯାଉଛି । ଏହି ଦୃଶ୍ୟ ସ୍ଥାନୀୟ ଲୋକ ଓ ପରିବେଶକର୍ମୀଙ୍କୁ ମର୍ମାହତ କରିଛି ।

ଏବେଠାରୁ ନିଷିଦ୍ଧାଂଚଳପ୍ରତି କଡା ସୁରକ୍ଷା ବ୍ୟବସ୍ଥା କରାନଗଲେ କଇଁଛ ମିଳନ ପର୍ବ ବ୍ୟାହତ ହେବ । ସେଥିପ୍ରତି ବନବିଭାଗ ଧ୍ୟାନ ଦେବାକୁ ଦାବି ହେଉଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –