ଡିଜିଟାଲ ହେବ ଚାରିଚକିଆ ଯାନ ! ଲାଗିବ ଫାସଟ୍ୟାଗ୍, ସହଜ ହେବ ଟୋଲ ଫି ଆଦାୟ

38

ଡିଜିଟାଲ ହେବ ଗାଡି ମଟର । ଡିସେମ୍ବର ପହିଲାରୁ ସମସ୍ତ ନୂଆ ଚାରି ଚକିଆ ଯାନ ଯଥା କାର୍, ବସ୍, ଟ୍ରକରେ ଫାସଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ। ଗାଡ଼ିରେ ସାମ୍ନାରେ ଥିବା ଚଉଡ଼ା ସ୍କ୍ରିନରେ ଏହି ଫାସଟ୍ୟାଗ୍ ଲାଗିବ। କାରଖାନା କିମ୍ବା ଡିଲରସିପ୍ରୁ ଗାଡ଼ି ବାହାରିବା ପୂର୍ବରୁ ଏହାକୁ ଲଗାଇବାକୁ ପଡ଼ିବ। କେବଳ ଚେଚିସ୍ ଆକାରରେ ବିକ୍ରି ହେଉଥିବା ବସ୍ ଏବଂ ଟ୍ରକ୍ରେ ମାଲିକଙ୍କୁ ଗାଡ଼ି ପଞ୍ଜୀକରଣ କରିବା ପୂର୍ବରୁ ଫାସଟ୍ୟାଗ୍ ଲଗାଇବାକୁ ପଡ଼ିବ।

ଏହି ଫାସଟ୍ୟାଗରେ ରେଡିଓ ତରଙ୍ଗ ଚିହ୍ନଟ ପାଇଁ ଏକପ୍ରକାର ଯନ୍ତ୍ରାଂଶ ରହିଛି । ଫଳରେ ଟୋଲ ଗେଟଗୁଡିକରେ ଗାଡିକୁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ । ଫାସଟ୍ୟାଗ ଫଳରେ ଟୋଲଗେଟରେ ଦେବାକୁ ଥିବା ଶୁଳ୍କ ଡିଜିଟାଲ ପେମେଣ୍ଟ ଜରିଆରେ ହୋଇପାରିବ । ଟୋଲଗେଟ ଗୁଡିକରେ ଭିଡ କମାଇବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏ ନେଇ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।